ଭକ୍ତ କହିଲେ, ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଢ଼ିବୁ
– ସରକାର ଶୁଣିଲେନି, ଆମେ ଶୁଣିବୁ – ଟୋଲ ଫ୍ରି ନମ୍ବର ରହିବ, ନିଯୁକ୍ତ ହେବେ ଓକିଲ ଭୁବନେଶ୍ୱର:୨୪/୭-ରାଜ୍ୟରେ ନାରୀ ପ୍ରତି ଦୁଷ୍କର୍ମ, ଗଣ ଦୁଷ୍କର୍ମ ହେବା ସହିତ ହତ୍ୟା ହେଉଛି। କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ତେବେ ଯେଉଁ…
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ
ଭୁବନେଶ୍ୱର:23/7ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ତିନି ମହଲା…
ଅନାସ୍ଥା ବିଜେଡି ଆଣୁ ନଚେତ କଂଗ୍ରେସ ଆଣିବ
ଭୁବନେଶ୍ୱର:୨୩/୭- ରାଜ୍ୟବ୍ୟାପୀ ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଏହି ସଭାରେ ସଭାପତି ଶ୍ରୀ ଦାସଙ୍କ ସମେତ ପୂର୍ବତନ…
ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର:23/7- ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଘଟଗାଁ ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ୫୯ ଏକର…
ଛତିଶଗଡ଼ ସହିତ ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ଭୁବନେଶ୍ୱର:23/7-ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା ଉଦ୍ୟମ ମନ୍ଥର ଗତିରେ…
ଆକାଂକ୍ଷୀ ବ୍ଲକରେ ସାମିଲ ହେଲା ଓଡ଼ିଶାର ୧୧ଟି ନୂତନ ବ୍ଲକ
ଭୁବନେଶ୍ୱର:୨୨/୭- ଓଡ଼ିଶାର ୧୧ଟି ନୂଆ ବ୍ଲକ ନୀତି ଆୟୋଗ ଦ୍ୱାରା ଆକାଂକ୍ଷୀ ବ୍ଲକ ଯୋଜନାରେ ସାମିଲ ହୋଇଛି । କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ନୂଆ ବ୍ଲକ ଏଥିରେ ସାମିଲ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ବର୍ତ୍ତମାନ ଓଡ଼ିଶାର ସମୁଦାୟ…
ରାଜ୍ୟରେ ସୃଷ୍ଟି ହେବ ଅଧିକ ୬୩୫୮ ବୁଥ
-ବୁଥସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ କରିବାକୁ ରାଜନୈତିକ ଦଳଗୁଡିକୁ ଆହ୍ୱାନ -ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଜରୁରୀ ଭୁବନେଶ୍ୱର: ୨୨/୭-ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି । ଏହି…
୧୪୪ଟି ମାମଲାର ଶୁଣାଣି; ମାନବାଧିକାର ଉଲ୍ଲଂଘନର ପୀଡିତଙ୍କୁ ପ୍ରାୟ ୨୮ ଲକ୍ଷ ସହାୟତା ସୁପାରିସ
ଭୁବନେଶ୍ୱର:୨୨/୭- ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ମୋଟ୍ ୧୪୪ଟି ମାମଲାର ଶୁଣାଣି କରାଯିବା ସହିତ ରାଜ୍ୟରେ ମାନବାଧିକାର ଉଲ୍ଲଂଘନ ପୀଡ଼ିତମାନଙ୍କୁ ପ୍ରାୟ ୨୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିମନ୍ତେ ସୁପାରିସ କରାଯାଇଛି। ଶିବିରରେ ଜାତୀୟ ମାନବାଧିକାର…
ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ
ଯୋଗାଣ ନିରୀକ୍ଷକ ବବିଲତା ବେହେରା, ଡାକ୍ତର କରୁଣାକର ରାଉତ ଚାକିରିରୁ ବହିଷ୍କୃତ ଭୁବନେଶ୍ୱର: ୨୨/୭-ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁଗୋଳ ଜିଲ୍ଲା କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଚାକିରୀରୁ…
ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ନାମକରଣ ଉତ୍ସବ
ନୟାହାଟ:22/7- ଗତମାସ ୨୭ ତାରିଖରେ ସର୍ବ ଧର୍ମ ପୀଠ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ପରିସରରେ ଆଶ୍ରମର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କର ନାମକରଣ ଉତ୍ସବ ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ପୂଜାର୍ଚ୍ଚନା ପରେ ଓଁ କୃଷ୍ଣ ମଧୁସୂଦନ ବାସୁଦେବ…



