ବିକାଶ ମନ୍ଥନରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୨୮/୨-ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ “ବିକାଶ ମନ୍ଥନ ୧.୦: ଗଭର୍ନାନ୍ସ ଇନ୍ ଆକ୍ସନ୍’ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ପାଇଁ ଆମ ସରକାର ଏକ ‘ଲୋକ-କୈନ୍ଦ୍ରିକ ରୋଡମ୍ୟାପ୍’ ପ୍ରସ୍ତୁତ…
ଝିଅମାନଙ୍କୁ ସର୍ଭିକାଲ୍ କ୍ୟାନ୍ସରରୁ ସୁରକ୍ଷା ପ୍ରଦାନ କରିବ ଟୀକା
-ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣ ନିରାକରଣ ପାଇଁ ଟୀକାକରଣ -ଉପକୃତ ହେବେ ରାଜ୍ୟର ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୩.୩୬ ଲକ୍ଷ ବାଳିକା ଭୁବନେଶ୍ୱର:୨୮/୨-ରାଜସ୍ଥାନର ଆଜମେର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର…
ପ୍ରଭାତ ବିଶ୍ୱାଳ ବିଜେଡିରୁ ବହିଷ୍କୃତ
ଭୁବନେଶ୍ୱର:୨୮/୨-ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ କାଉନସିଲ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ବହିଷ୍କୃତ ହୋଇଛନ୍ତି। ବହିଷ୍କାର ପରେ ପ୍ରତିକ୍ରିୟା ରଖି ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ସେ ବିଜେଡି ଫଣ୍ଡ ସ୍କାମ ଆଡକୁ ଇଙ୍ଗିତ…
ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର:୨୮/୨-ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତୃତୀୟ ଆସନ ପାଇଁ ଡ. ସଂତୃପ୍ତ ମିଶ୍ର ଓ ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ନବୀନ…
ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ବିବାହିତା ମହିଳାଙ୍କ ସହମତିରେ ଘରକୁ ଯାଇ ଶାରୀରିକ ସମ୍ପର୍କ ରଖିବା ଅପରାଧିକ ଅନୁପ୍ରବେଶ ନୁହେଁ ଭୁବନେଶ୍ୱର:୨୭/୨- ଓଡ଼ିଶା ହାଇକୋର୍ଟ ସହମତିରେ ଶାରୀରିକ ସମ୍ପର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି ବିବାହିତା ମହିଳାଙ୍କ ସହମତିରେ ତାଙ୍କ ଘରକୁ ଯିବା ‘ଅପରାଧିକ…
ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୧୪ରେ
ଭୁବନେଶ୍ୱର:୨୭/୨-ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ…
ଶ୍ରୀଜଗନ୍ନାଥଙ୍କ ଜମିର କିଣାବିକା ବନ୍ଦ କରି ଲକ୍ଷ ଲକ୍ଷ ଲୋକଙ୍କୁ କଲବଲ କରାଯାଉଛି
ଭୁବନେଶ୍ୱର:୨୬/୨(ପ୍ରସାଦ କୁମାର ପ୍ରଧାନ) ଆମ ରାଜ୍ୟର ଅଧିକାଂଶ ଲୋକ ଜମିକୁ ସମ୍ବଳ କରି ଗୁଜୁରାଣ ମେଣ୍ଟାଇବା ସହିତ ସେହି ଜମିକୁ ବିକ୍ରି ବନ୍ଧକ କରି ଗୁରୁତର ଆର୍ଥିକ ସମସ୍ୟାର ବି ସମାଧାନ କରିଥା’ନ୍ତି। ଜମି ମଧ୍ୟରେ ସରକାରୀ ଜମି ଓ ଶ୍ରୀଜଗନ୍ନାଥଙ୍କର ଜମି ଅନ୍ତର୍ଭୁକ୍ତ ଥିଲେ ବି କିଣାବିକାରେ…
ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର :୨୬/୨- ଗୁରୁବାର ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରୁ ୪ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବେ। ନିର୍ବାଚନ ପରିଚାଳନା ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଓ ଯୁଗ୍ମ ସଚିବ ବିଦ୍ୟାଧର ମାଝିଙ୍କୁ ସହାୟକ ରିଟର୍ଣ୍ଣିଂ…
କଟକର ପୁରାତନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ
ଭୁବନେଶ୍ୱର:୨୬/୨-ଐତିହାସିକ କଟକ ସହରର କୋର୍ ଅଞ୍ଚଳ ବା ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ୨୫ ତାରିଖ ଠାରୁ କାର୍ଯ୍ୟକାରୀ ହୋଇଛି। କଟକ ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ‘ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ ଫର୍ ଓଲ୍ଡ ଏରିଆଜ୍, ୨୦୨୬’ ସମ୍ପର୍କିତ ଗେଜେଟ…
ଖଣି ବିଭାଗ ଉପ ନିର୍ଦେଶକଙ୍କ ଘରୁ ନଗଦ ୪କୋଟି ୨୭ଲକ୍ଷରୁ ଅଧିକ ଟଙ୍କା ଜବତ
ଭୁବନେଶ୍ୱର:୨୬/୨-ଦେବବ୍ରତ ମହାନ୍ତି ହେଉଛନ୍ତି ଖଣି ବିଭାଗ ଉପ ନିର୍ଦେଶକ। କୋଇଲା ଡିପୋରୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଧରିଲା। ଏହି…



