Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାକୁ ନେଇ ସରକାରଙ୍କ ନୂଆ ଯୋଜନାକୁ ବିରୋଧ, ଆନ୍ଦୋଳନ ଧମକ -ସରକାର ଏହାର ତର୍ଜମା କରିବେ-ସ୍ୱାସ୍ଥ୍ୟମନ୍ତ୍ରୀ
    by Rabipriya Dash
    August 7, 2026
  • ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
    by Rabipriya Dash
    August 7, 2026
  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
    by Rabipriya Dash
    August 7, 2026
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

Home/Uncategorized/ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
Uncategorized

ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ

ଭୁବନେଶ୍ୱର:୫/୮- ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି । ଭିଜନ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଜନଜାତି ସମ୍ପ୍ରଦାୟକୁ ଉନ୍ନୟନର ମୁଖ୍ୟ ସ୍ରୋତ ସହ ଅଧିକ ସଂଯୋଜିତ କରି ସେମାନଙ୍କ ପାଇଁ ଶିକ୍ଷା, ଦକ୍ଷତା, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଜୀବିକା ଏବଂ ରୋଜଗାର ସୃଷ୍ଟି ଉପରେ ତୃଣମୂଳସ୍ତରରେ ଫଳପ୍ରଦ କାର୍ଯ୍ୟ କରିବାକୁ ସେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କହିଛନ୍ତି । ଲୋକସେବା ଭବନସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା ପ୍ରକାଶ କରିଛନ୍ତି । ବୈଠକରେ ବିଭାଗର କମିଶନର-ତଥା-ଶାସନ ସଚିବ ବି. ପରମେଶ୍ୱରନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ମାଇକ୍ରୋ ପ୍ରକଳ୍ପଗୁଡ଼ିକର ସ୍ୱତନ୍ତ୍ର ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଓଡ଼ିଶା ସରକାର ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭ର ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶା ଅର୍ଥନୀତିର ଆକାର ୫୦ ହଜାର କୋଟି ଆମେରିକୀୟ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ରହିଥିବା ସ୍ଥଳେ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଆମେରିକୀୟ ଡଲାର ହେବା ପାଇଁ ଲକ୍ଷ୍ୟ ରହିଛି । ଏହା ବର୍ତ୍ତମାନର ଅର୍ଥନୀତିର ଆକାରଠାରୁ ପ୍ରାୟ ୧୫ ଗୁଣ ଅଧିକ । ଏହି ଲକ୍ଷ୍ୟ ହାସଲ ହେଲେ ରାଜ୍ୟରେ ଏକ କୋଟିରୁ ଅଧିକ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। ରାଜ୍ୟ ମୋଟ ଘରୋଇ ଉତ୍ପାଦ ବୃଦ୍ଧି ପାଇଁ ସବୁ ବର୍ଗର ଜନସାଧାରଣଙ୍କ ଯୋଗଦାନ ରହିବା ଆବଶ୍ୟକ । ଏଥିପାଇଁ କୃଷି, ଶିଳ୍ପ, ଔଦ୍ୟୋଗିକ ବିକାଶ,ନୂତନ ପୁଞ୍ଜି ନିବେଶ, ଭିତ୍ତିଭୂମି ବିକାଶ, ମୂଲ୍ୟଯୁକ୍ତ ଉତ୍ପାଦ, ରୋଜଗାର ବୃଦ୍ଧି ଏବଂ ସେବା କ୍ଷେତ୍ରରେ ଜନଶକ୍ତିଙ୍କ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଜରୁରୀ।

ଏସଟିଏସସି କଲ୍ୟାଣ ବିଭାଗର ଅଧିକାରୀମାନଙ୍କୁ ଓଡ଼ିଶା ଭିଜନ୍ ଆଭିମୁଖ୍ୟ ସଂପର୍କରେ ବୁଝାଇବା ସହ ଆଲୋଚନା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟର ପ୍ରାୟ ୩୭ ପ୍ରତିଶତ ଭୂଭାଗ ଜଙ୍ଗଲ ଆଚ୍ଛାଦିତ ଏବଂ ବହୁ ସଂଖ୍ୟକ ଜନଜାତି ଲୋକ ଜଙ୍ଗଲ ଅଞ୍ଚଳରେ ବାସ କରୁଛନ୍ତି । ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ଏହି ଲକ୍ଷ୍ୟରେ ସରକାର ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଶିକ୍ଷା, ଛାତ୍ରାବାସ, ଛାତ୍ରବୃତ୍ତି, ଆଶ୍ରମ ବିଦ୍ୟାଳୟ ଓ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ମାଗଣା ପାଠ୍ୟପୁସ୍ତକ, ୟୁନିଫର୍ମ, ଶିକ୍ଷା ସାମଗ୍ରୀ, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ଉଚ୍ଚଶିକ୍ଷା ସୁବିଧା, ସଂରକ୍ଷଣ, ଛାତ୍ରବୃତ୍ତିକୁ ଡିବିଟି ଜରିଆରେ ପ୍ରଦାନ ଏବଂ ପିଏମ୍-ଜନମନ ଭଳି ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରାଯାଉଛି। ଜନଜାତି ଯୁବବର୍ଗ ଯେପରି ଦକ୍ଷତା ବିକାଶ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବେ, ସେଥିପାଇଁ ସେମାନଙ୍କୁ ତୃଣମୂଳସ୍ତରରୁ ଛାତ୍ରାବସ୍ଥାରୁ ଉପଯୁକ୍ତ ପରିବେଶ, ଗୁଣାତ୍ମକ ଶିକ୍ଷା ଏବଂ ବୃତ୍ତିଗତ ତାଲିମ ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ଆଶାନୁରୂପ ଫଳ ମିଳିବା ପାଇଁ ଅଧିକାରୀମାନଙ୍କୁ ରୁଟିନ୍ ମାଇଣ୍ଡ୍ ସେଟ୍ (ଚିରାଚରିତ କାର୍ଯ୍ୟଧାରାରୁ) ବାହାରି ରୂପାନ୍ତରଣମୂଳକ ପରିବର୍ତ୍ତନ ମନୋବୃତ୍ତି ( ଟ୍ରାନ୍ଫଫରମେସନାଲ ଚେଞ୍ଜଡ୍ ମାଇଣ୍ଡ ସେଟ୍ ) ନେଇଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ଅଧିକ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ।

କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରି ମୁଖ୍ୟ ଶାସନ ସଚିବ କହିଥିଲେଯେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ ସଶକ୍ତିକରଣ ପାଇଁ ତୃଣମୂଳସ୍ତରରେ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ। ସମୃଦ୍ଧି, ସୁସ୍ଥତା ଓ ସମତା-ଏହି ତିନୋଟି ସ୍ତମ୍ଭକୁ ଆଧାର କରି ସ୍ୱାସ୍ଥ୍ୟ , ଶିକ୍ଷା, ପୁଷ୍ଟିସାଧନ, ଦକ୍ଷତା ବିକାଶ, ଜୀବିକା, ଉଦ୍ୟୋଗୀ ସୃଷ୍ଟି, ଡିଜିଟାଲ୍ ଶିକ୍ଷା, ବିଭାଗୀୟ ସମନ୍ୱୟ, ଉତ୍ତରଦାୟିତ୍ୱ ଏବଂ ଫଳାଫଳଭିତ୍ତିକ ପ୍ରଶାସନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରାଗଲେ ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଅନ୍ତର୍ଭୁକ୍ତିମୂଳକ ବିକାଶର ଏକ ସଶକ୍ତ ଅଂଶୀଦାର ଭାବେ ପରିଣତ ହେବେ।

ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ ଯେ, ଯେଉଁ ଜନଜାତି ଯୁବକ ଓ ଯୁବତୀମାନେ ଦେଶ ବା ବିଦେଶରେ ଉଚ୍ଚଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି, ସେମାନଙ୍କୁ ‘ରୋଲ୍ ମଡେଲ୍’ ତଥା ଆଦର୍ଶ ଭାବେ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଓ ବିଭାଗ ଅଧିନସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଂଯୋଗ କରି ବିଦ୍ୟାଳୟ ପରିଦର୍ଶନ କିମ୍ବା ଅନଲାଇନ୍ ମାଧ୍ୟମରେ ସେମାନେ ନିଜ ନିଜର ଅନୁଭୂତି ବାଣ୍ଟି ନୂତନ ପିଢ଼ିକୁ ଉଚ୍ଚଶିକ୍ଷା ଓ ଉଚ୍ଚ ମାନର ବୃତ୍ତି ଚୟନ ପାଇଁ ପ୍ରେରଣା ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

ଜନଜାତିସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ସେ କହିଥିଲେ ଯେ, ଜଙ୍ଗଲଜାତ ଦ୍ରବ୍ୟ କେବଳ ସଂଗ୍ରହ ନକରି ସେସବୁର ମୁଲ୍ୟଯୁକ୍ତ ପ୍ରକ୍ରିୟାକରଣ ଦ୍ୱାରା କ୍ଷୁଦ୍ର ଓ ଗୃହଭିତ୍ତିକ ଶିଳ୍ପର ବିକାଶ, ଇକୋ-ଟୁରିଜିମ୍, ଟୁର୍ ଗାଇଡ୍, ହସ୍ପିଟାଲିଟି, ହାଉସକିପିଂ ଓ ଅନ୍ୟାନ୍ୟ ସେବାଭିତ୍ତିକ କ୍ଷେତ୍ରରେ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ମାଧ୍ୟମରେ ଜନଜାତି ଯୁବବର୍ଗଙ୍କ ପାଇଁ ବ୍ୟାପକ ରୋଜଗାର ସୁଯୋଗ ସୃଷ୍ଟି କରାଯାଇପାରିବ। ଏହାଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇବା ସହ ରାଜ୍ୟର ଅର୍ଥନୈତିକ ବିକାଶରେ ସେମାନଙ୍କର ଅଧିକ ସକ୍ରିୟ ଭାଗିଦାରି ସୁନିଶ୍ଚିତ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି ।

Author

Rabipriya Dash

Follow Me
Other Articles
Previous

ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ

Next

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାକୁ ନେଇ ସରକାରଙ୍କ ନୂଆ ଯୋଜନାକୁ ବିରୋଧ, ଆନ୍ଦୋଳନ ଧମକ -ସରକାର ଏହାର ତର୍ଜମା କରିବେ-ସ୍ୱାସ୍ଥ୍ୟମନ୍ତ୍ରୀ

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାକୁ ନେଇ ସରକାରଙ୍କ ନୂଆ ଯୋଜନାକୁ ବିରୋଧ, ଆନ୍ଦୋଳନ ଧମକ -ସରକାର ଏହାର ତର୍ଜମା କରିବେ-ସ୍ୱାସ୍ଥ୍ୟମନ୍ତ୍ରୀ
  • ରୂପାନ୍ତରମୂଳକ ଦୃଷ୍ଟିକୋଣ ସହ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଆହ୍ୱାନ
  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • Uncategorized
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମାକୁ ନେଇ ସରକାରଙ୍କ ନୂଆ ଯୋଜନାକୁ ବିରୋଧ, ଆନ୍ଦୋଳନ ଧମକ -ସରକାର ଏହାର ତର୍ଜମା କରିବେ-ସ୍ୱାସ୍ଥ୍ୟମନ୍ତ୍ରୀ
    by Rabipriya Dash
    August 7, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.