ଇଲେକ୍ଟ୍ରିକ ବସ୍ ଚାଳନା ତାଲିମ ପାଇଁ ପୁଣେ ଗଲେ ୨୦ ମହିଳା ଡ୍ରାଇଭର
ଭୁବନେଶ୍ୱର: ୩୧/୧- ସହରାଞ୍ଚଳ ପରିବହନରେ ମହିଳାମାନଙ୍କ ସହଭାଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପ୍ରମୁଖ ଏବଂ ସବୁଠାରୁ ନିର୍ଭରଯୋଗ୍ୟ ଜନ ପରିବହନ ବ୍ୟବସ୍ଥା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଏହାର ‘ଆମ ବସ୍’ ସେବା ପାଇଁ ମହିଳା ଡ୍ରାଇଭରମାନଙ୍କୁ ସାମିଲ କରିବା ଆରମ୍ଭ…
ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ୩୧/୧- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ…
ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର :୩୦/୧-ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବାସଭବନରୁ ତାଙ୍କ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ । ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି । ବିଦ୍ୟୁତ ଆଘାତରେ…
୧୭ରୁ ବିଧାନସଭା, ୨୦ରେ ବଜେଟ
ଭୁବନେଶ୍ୱର: ୩୦/୧-ଆସନ୍ତା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହା ଏପ୍ରିଲ ୮ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ। ଅଧିବେଶନରେ ୨୮ ଟି କାର୍ଯ୍ୟଦିବସ ରହିଛ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୭ରୁ ୨୪ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ ୮ ତାରିଖ…
ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଧାନ ସଂଗ୍ରହ ବହୁତ ପଛରେ-ବିଜେଡି
ଭୁବନେଶ୍ୱର: ୨୯/୧-ବିଜୁ ଜନତା ଦଳ ସାରା ଓଡ଼ିଶାରେ ଧାନ ସଂଗ୍ରହର ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜଡି କହିଛି, ଓଡ଼ିଶାର ଚାଷୀମାନେ ଧାନ ସଂଗ୍ରହର ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା। ଓଡ଼ିଶା ଏକ…
ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ପରଲୋକ
ଭୁବନେଶ୍ୱର: ୨୮/୧-ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏନସିପି ନେତା ସ୍ୱର୍ଗତ ପାୱାରଙ୍କ ବ୍ୟକ୍ତିଗତ ବିମାନ ମହାରାଷ୍ଟ୍ରର ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି…
ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି
ଭୁବନେଶ୍ୱର:୨୭/୧-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବୃଆରୀ ୪ ତାରିଖରେ ପୁରୀ ଯିବେ। ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ସେ ୪ ତାରିଖ ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ଡ ଦାନ ପରେ ସେଠାରୁ ସେ ୭ଟା ୪୦ ମିନିଟ ସମୟରେ…
ସାମ୍ବାଦିକଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର
ସ୍ପଷ୍ଟ କଲେନି ସରକାର କେବେ ଦେବେ ପେନ୍ସନ କହିଲେ ସମସ୍ୟା ବିଚାରାଧୀନ ରହିଲେ ଭଲ ଭୁବନେଶ୍ୱର:୨୬/୧- ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୬ତରିଖ ଅପରାହ୍ଣରେ ରାଜ୍ୟପାଳଙ୍କ ଆଟ୍ ହୋମ ସମାରୋହରେ ଅଲ ଓଡ଼ିଶା ମିଡିଆ ଆସୋସିଏସନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ…
ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବିଭିନ୍ନ ଯୋଜନା କରିଛନ୍ତି: ମୁଖ୍ୟମନ୍ତ୍ରୀ
କଟକ:୨୬/୧- ଗୌରବମୟ ୭୭ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ଆଜି ଆମେ ଇତିହାସକୁ ଗର୍ବର ସହ କାନ୍ଧରେ ବୋହି ଚାଲିଆସିଥିବା ରୂପେଲି ନଗର କଟକର ବିଶାଳ…
-୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ
ଭୁବନେଶ୍ୱର:୨୬/୧-ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସକାଳ ୮.୨୮…



