ଜାନକୀବଲ୍ଲଭ ଥିଲେ ଦୁଇଟି ଦିଗରୁ ପ୍ରଣମ୍ୟ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୪/୧- ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି…
ଆମ ବସ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ
ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଭୁବନେଶ୍ୱର:୪/୧- ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି…
ଚିଲିକା ହ୍ରଦର ସାମଗ୍ରିକ ବିକାଶ ଉପରେ ନିଆଯିବ ପଦକ୍ଷେପ
ଭୁବନେଶ୍ୱର:୪/୧- ଏସିଆ ମହାଦେଶର ସର୍ବବୃହତ୍ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ କରାଯିବ । ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ପୂର୍ତ୍ତ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି,…
ବୁଲା କୁକୁର ଓ ପ୍ରାଣୀଙ୍କ ଯୋଗୁଁ ସମସ୍ୟା
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ କରିବେ ସରକାର ଭୁବନେଶ୍ୱର: ୪/୧- ରାଜ୍ୟରେ ବୁଲା କୁକୁର, ଗାଈ ଗୋରୁ ଆଦି ପ୍ରାଣୀଙ୍କ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ…
ସମସ୍ତ ଶିକ୍ଷାନୁଷ୍ଠାନରେ ହେବ “ବନ୍ଦେ ମାତରମ୍’ ସାମୂହିକ ଗାନ
ଭୁବନେଶ୍ୱର: ୪/୧- “ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ । ଏଥିସହ ସମସ୍ତ…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବଦଳିଲା ସିଭିଲ ସର୍ଭିସ ବିଜ୍ଞପ୍ତି
ଭୁବନେଶ୍ୱର:୪/୧- ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଲୋକସେବା ଆୟୋଗ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ସମେତ ବିଭିନ୍ନ ପଦକୁ ମିଶାଇ ୧୫୧ଟି ନୂତନ ପଦକୁ ସାମିଲ କରାଯାଇଛି । ମୋଟ ୪୬୫ ପଦ ପାଇଁ ପରୀକ୍ଷା କରାଯିବ । ଏଥିରୁ ୧୫୪…
ଦିଲ୍ଲୀର ବାୟୂ ପ୍ରଦୂଷଣକୁ ଟପିଛି ତାଳଚେର
ଭୁବନେଶ୍ୱର:୪/୧- ରାଜ୍ୟର ତାଳଚେର ଦିଲ୍ଲୀର ବାୟୂ ପ୍ରଦୂଷଣକୁ ଟପିଛି । ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ତାଳଚେର । ତାଳଚେରର ବାୟୂ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଞ୍ଚିବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ତାଳଚେର ପୌରପାଳିକା ପାଇଁ କଡ଼ା ଗାଇଡଲାଇନ ଜାରି ହୋଇଛି । ତାଳଚେର…
ନୂଆ ପୌରପାଳିକା ଓ ଏନଏସି ପାଇଁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର:୪/୧- ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୨୮ଟି ଏନଏସି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ନୂଆ ଏନଏସି ପାଇଁ ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ହସ୍ତାନ୍ତର ହୋଇଛି । ସବୁ ଏନଏସିର ନୂତନ କାର୍ଯ୍ୟାଳୟ ପାଇଁ ୬କୋଟି, ରାସ୍ତା ପାଇଁ ୫୦ଲକ୍ଷ ଓ ଲାଇଟ ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ…
୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର
ଭୁବନେଶ୍ୱର:୪/୧-ଆସନ୍ତା ୧୦ ତାରିଖରୁ ଗ୍ରୀନ୍ ଷ୍ଟିକର ମିଳିବ ।ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଥିବା ଯାନବାହାନ ପାଇଁ ୧୦ ଜାନୁଆରୀରୁ ସବୁଜ ରଙ୍ଗର ବୈଧ ପ୍ରମାଣପତ୍ର ଷ୍ଟିକର ଉପଲବ୍ଧ ହେବ । ଯେଉଁ ଯାନବାହାନ ମାଲିକମାନେ ୧୦ ତାରିଖ ପୂର୍ବରୁ…



