ରେଜିଷ୍ଟ୍ରେସନ ବେଳେ ଅନ୍ୟ କାହାର ସର୍କୁଲାର ବା ନିର୍ଦେଶ ନ ମାନିବାକୁ ସବ-ରେଜିଷ୍ଟ୍ରାରଙ୍କୁ ନିର୍ଦେଶ
ଭୁବନେଶ୍ୱର: 25/9-କାହିଁକି ଧନ୍ଦି ହେଉଛନ୍ତି ସବ ରେଜିଷ୍ଟ୍ରାର ଓ ଲୋକଙ୍କୁ ନାନା ଆଇନର ଆଳରେ ଛନ୍ଦି ହଇରାଣ କରୁଛନ୍ତି। କାହିଁକି ସବ ରେଜିଷ୍ଟ୍ରାରଙ୍କ ପାଖରେ ନାହିଁ ସ୍ପଷ୍ଟତା। ଦ୍ୱନ୍ଦ୍ୱ କିଏ ବଢ଼ାଉଛି। ପାର୍ଟ ଚାଷଜମିର ପଞ୍ଜୀକରଣ ବେଳେ ଅନେକ ଦ୍ୱନ୍ଦ୍ୱକୁ ଦେଖି ଏହା ପଛର କାରଣକୁ ଅନୁଧ୍ୟାନ କରିଛନ୍ତି…
ଦିନକ ଆଗରୁ ମୌସୁମି ଅଧିବେଶନ ଶେଷ
ଭୁବନେଶ୍ୱର:୨୪/୯-ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଧାର୍ଯ୍ୟ ସମୟ ଅବଧିର ଦିନକ ଆଗରୁ ଶେଷ ହୋଇଛି । ବିଧାନସଭାରେ ଓଡ଼ିଶା ଓ ଦ୍ରବ୍ୟ ସେବାକର ବିଧେୟକ ପାରିତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମୌସୁମି ଅଧିବେଶନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା । ଏହା…
ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ
ଭୁବନେଶ୍ୱର :25/9- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ନେଇ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ କରାଯାଇଛି । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଝାରସୁଗୁଡା ଗସ୍ତ କରି…
ବିଜପିର କ୍ଷମତା ଚୋରି
-ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ -ବିଧାନସଭା ଘେରିଲା ବିଜେଡି ଭୁବନେଶ୍ୱର:୨୩/୦୯- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ବିଜେପି ସରକାର ହତ୍ୟା କରିଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ୨୩ ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି…
ପୂଜା ପାଇଁ ଆଗୁଆ ମିଳିବ ଦରମା
ଭୁବନେଶ୍ୱର:24/9-ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର ଶେଷ…
ବେଆଇନ ସାର ପରିବହନ, ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର: ୨୩/୯- ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ ସମିତିକୁ ସେ ବେଆଇନ ଭାବରେ ସାର ପରିବହନ କରୁଥିଲେ ।…
ଜାତୀୟ ସରସ ମେଳା ହସ୍ତତନ୍ତ ଷ୍ଟଲ ବିଭାଗରେ ସୀମା ମେହେର ପୁରସ୍କୃତ
ଭୁବନେଶ୍ୱର: ୨୩/୯-ଗତ ୫ ସେପ୍ଟେମ୍ବର ୫ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସରସ ମେଳା-୨୦୨୫ର ହସ୍ତତନ୍ତ ଷ୍ଟଲ ବିଭାଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ…
ବିଜେଡିରୁ ଶ୍ରୀମୟୀ ନିଲମ୍ବିତ
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ…
କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଖାରଜ
ଭୁବନେଶ୍ୱର:୨୨/୯- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଛନ୍ତି । ଗୃହରେ ଅଚଳାବସ୍ଥା ଦୂର ହେଉନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନାହିଁ। ବିଧାନସଭାରେ ଏନେଇ ସେ ଘୋଷଣା କରିଛନ୍ତି ।ଏହାର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । ରାଜ୍ୟ…
ମଦ ଦୋକାନ ଖୋଲିଲେ, ନିଶାମୁକ୍ତ ଭାରତ ଅଭିଯାନ କଲେ
ଭୁବନେଶ୍ୱର:୨୨/୯-ଗୋଟିଏ ପାଖରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟ ପଟରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ କାର୍ଯ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାରଙ୍କ ଏଭଳି ନୀତି ବିସ୍ମିତ କରିଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ…


