ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
ଭୁବନେଶ୍ୱର:୧୦/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗବାର ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି ସଂହିତାରେ ବିଶେଷ କରି ତ୍ୱରିତ…
ଜାତୀୟ ୱେବିନାରରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’ ପ୍ରତିଷ୍ଠା ପାଇଁ ଓଡ଼ିଶାର ପ୍ରସ୍ତାବ
ଭୁବନେଶ୍ୱର:୧୦/୩- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବଜେଟ ପରବର୍ତ୍ତୀ ଜାତୀୟସ୍ତରୀୟ ୱେବିନାରରେ ଓଡ଼ିଶା ଅଂଶଗ୍ରହଣ କରି ପ୍ରମୁଖ ଶିଳ୍ପ ତଥା ଅର୍ଥନୈତିକ କରିଡର ନିକଟରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’ପ୍ରତିଷ୍ଠା କରିବାକୁ ଦୃଢ଼ ଯୁକ୍ତି ବାଢ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର…
ଏସମା ଲାଗୁ
-ଲୋକେ ଆତଙ୍କିତ, ବଢୁଛି କଳାବଜାର-ରାଜ୍ୟ ସରକାର କହିଲେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ଅଛି ଭୁବନେଶ୍ୱର:୧୦/୩- ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ କେନ୍ଦ୍ର ସରକାର ଏସମା ଲାଗୁ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ…
କିଣାବିକା କଟକଣା କରାଯାଇଥିବା ଜମିରୁ ଆଦାୟ ହେଉଛି ଭୂ ରାଜସ୍ୱ
ଲୋକଙ୍କ ସରକାର ଲୋକଙ୍କୁ ଜଣାଅ ୧୫ ବର୍ଷରେ କେତେ ରାଜସ୍ୱ ପାଇଛି ଶ୍ରୀମନ୍ଦିର? ଭୁବନେଶ୍ୱର: ୯/୩-(ପ୍ରସାଦ କୁମାର ପ୍ରଧାନ)ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ପୁନରୁଦ୍ଧାର ନିମନ୍ତେ ୧୫ ବର୍ଷ ହେଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଜମି କିଣାବିକାକୁ ଅସିଦ୍ଧ କରି…
ଜାତୀୟ ଚିତ୍ରକଳା ସମ୍ମିଳନୀ
ଭୁବନେଶ୍ୱର:୮/୩-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଆୟୋଜିତ ଦୁଇଦିନିଆ ଜାତୀୟ ଚିତ୍ରକଳା ସମ୍ମିଳନୀ “କ୍ୟାନଭାସ ପରେ : କଳାର ନୂଆ ପରିଚୟ ୨୦୩୬- ପରମ୍ପରା, ପ୍ରଯୁକ୍ତି ଓ ପରିବର୍ତ୍ତନ’ ଉଦ୍ଯାପିତ ହୋଇଯାଇଛି।…
ନ୍ୟାୟ ସଂହିତା ପ୍ରଦର୍ଶନୀ
ଭୁବନେଶ୍ୱର:୮/୩- ପ୍ରଦର୍ଶନୀ ପଡିଆରେ ଓଡିଶା ପୋଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା ସହ ସଚେତନତା ଲାଭ କରୁଛନ୍ତି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସଚେତନ…
ତିନି ଦିନିଆ ମହିଳା ସଶକ୍ତିକରଣ ସମାରୋହ
ଭୁବନେଶ୍ୱର:୮/୩- ଶକ୍ତି, ସାମର୍ଥ୍ୟ ଏବଂ ଏକତାର ଏକ ଅନନ୍ୟ ପ୍ରଦର୍ଶନ ପୂର୍ବକ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଶତାଧିକ ମହିଳା ଭୁବନେଶ୍ୱରର ରାଜପଥରେ ଏକାଠି ହୋଇଥିଲେ। ମହିଳାମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ…
ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ
ଭୁବନେଶ୍ୱର: ୮/୩- ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ…
ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର:୭/୩- ଶନିବାର ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତୀଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହି ବିକ୍ଷୋଭରେ ଗ୍ୟାସ ଟାଙ୍କି ମୁଣ୍ଡେଇ ମହିଳା କଂଗ୍ରେସ…



