ମାଓ ପ୍ରଭାବିତ ଅଞ୍ଚଳର ୪୮୫ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
ଭୁବନେଶ୍ୱର:୧୫/୩ – ଓଡ଼ିଶାର ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳର ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ…
ପାରାଦୀପକୁ ଦେଶର ଏକ ବୃହତ୍ ଅର୍ଥନୈତିକ ଅଞ୍ଚଳରେ ପରିଣତ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୫/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପାରାଦୀପରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବୃହତ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଆଗାମୀ ଦିନରେ ପାରାଦୀପ ଭାରତର ଏକ ବଡ ଇକୋନୋମିକ ଜୋନ ହେବାକୁ ଯାଉଛି ବୋଲି ମତ ଦେଇ ଏହି ଅଞ୍ଚଳରେ ସ୍ଥାପିତ ହେବାକୁ…
ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳାମାନେ ନ୍ୟାୟ ପାଇବେ
ଭୁବନେଶ୍ୱର:୧୪/୩-ଅଲ ଓମେନ୍ସ ଆଡଭୋକେଟ ଫୋରମ ଓ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଫୋରମର ଅଧକ୍ଷା ଆଇନଜୀବୀ ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ବିଚାରପତି ଶଶିକାନ୍ତ…
କଟକ-ଭୁବନେଶ୍ୱର ମଧ୍ୟରେ ନମୋ ଟ୍ରେନ ଚଳାଚଳ କରିବ
ଭୁବନେଶ୍ୱର: ୧୪/୩-ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ନମୋ ଟ୍ରେନ ଚଳାଚଳ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି ସେ କହିଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ…
ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
ଭୁବନେଶ୍ୱର-ଧାନବାଦ ଓ ପୁରୀ-ପାଟନା ସ୍ୱତନ୍ତ୍ର ରେଳସେବାକୁ ନିୟମିତ କରାଗଲା ଭୁବନେଶ୍ୱର:୧୨୩-ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି।…
କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ
ଭୁବନେଶ୍ୱର:୧୨/୩-ଆର୍ଥିକ ଅନଗ୍ରସର ପରିବାରଗୁଡ଼ିକୁ ସାମାଜିକ ସହାୟତା ପ୍ରଦାନ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’କୁ ଅଧିକ ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କଟକ ଏବଂ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକରେ ଆୟୋଜିତ…
ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଡ଼ିଲା ନ୍ୟାୟ ସଂହିତା ପ୍ରଦର୍ଶନୀ
ଭୁବନେଶ୍ୱର:୧୨/୩– ଓଡ଼ିଶା ପୋଲିସ ଦ୍ୱାରା ଆୟୋଜିତ ସପ୍ତାହବ୍ୟାପୀ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ ହୋଇଛି। ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଏକ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଥିଲେ। ଏହି ସମ୍ମିଳନୀ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ଓ କମ୍ୟୁନିଟି ପୋଲିସିଂରେ ଏକ…
ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆଙ୍କ ଫେରିବା ଉପରେ ଗୁରୁତ୍ୱ
ପରିସ୍ଥିତି ସମ୍ପର୍କରେ ଯୋଗସୂତ୍ର ରଖିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର:୧୧/୩-ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଓଡ଼ିଆ ଲୋକମାନଙ୍କୁ…
ଆହତ ବ୍ଲକ ଅଧକ୍ଷଙ୍କୁ ହସ୍ପିଟାଲରେ ଭେଟିଲେ ନବୀନ
ଭୁବନେଶ୍ୱର:୧୧/୩- ମଙ୍ଗଳବାର ଦୁର୍ବୁତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ହସ୍ପିଟାଲରେ ଭେଟିଥିଲେ। ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା…
ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
ଭୁବନେଶ୍ୱର:୧୧/୩ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ମିଳିତ ଆନୁକୂଲ୍ୟରେ ପଡ଼ିଗାଁଓ, ରାୟଗଡ଼, ଛତିଶଗଡ଼ ଠାରେ ବୁଧବାର ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଦିବସ ଅବସରରେ “ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ଶ୍ରୀ…



