Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
    by Rabipriya Dash
    August 10, 2026
  • ଘରେ ଘରେ ତ୍ରିରଙ୍ଗା
    by Rabipriya Dash
    August 10, 2026
  • ଜିଲ୍ଲା ଅଦାଲତରେ ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ନେଇ କର୍ମଶାଳା
    by Rabipriya Dash
    August 10, 2026
  • ଚାଷୀ ଓ ମହିଳାଙ୍କୁ ହତାଶ କରିଛି ଧାନ କିଣା ବିଜ୍ଞପ୍ତି: ବିଜେଡି
    by Rabipriya Dash
    August 8, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

Home/Governance/୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
GovernanceMediaMore

୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର:୧୦/୮- ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପା ଯାଏ ନାହିଁ ବରଂ ନାଗରିକଙ୍କ ଜୀବନରେ କି ପରିବର୍ତ୍ତନ ଆଣିପାରୁଛନ୍ତି, ତାହା ଦ୍ୱାରା ମପାଯାଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ତମ ନିଯୁକ୍ତି ମେଳାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ କହିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରୀକ୍ଷକ, କ୍ରୀଡା ବିଭାଗରେ ୨୬ ଜଣ ଜୁନିଅର କୋଚ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରିକ୍ଷକଙ୍କୁ ନିଯୁକ୍ତି ମିଳିଛି।


ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା। ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ। କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା। ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା। ଏହାକୁ ମନରେ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।୨୦୩୬ ସୁଦ୍ଧା ଆମର ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ଓଡିଶାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବାର ଲକ୍ଷ୍ୟ ରହିଛି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛ ଓ ସୁଦୃଢ ପ୍ରଶାସନ ଏବଂ ଦକ୍ଷ, ଶୃଙ୍ଖଳିତ ଓ ସେବା ମନୋଭାବ ଅଧିକାରୀ ଓ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ ହୋଇଛି। ୨୦୨୪ ଜୁନ ମାସରୁ ଆଜି ସୁଦ୍ଧା ସରକାରୀ ସ୍ତରରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ବୋଲି ସେ କହିଥିଲେ।


ଯୁବଶକ୍ତିର ସାମର୍ଥ୍ୟର ପ୍ରକୃତ ଉପଯୋଗ ପାଇଁ ଶିଳ୍ପାୟନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ଆମେ ଉଦ୍ୟମ ଜାରି ରଖିଛୁ। ଏଥିପାଇଁ ଦେଶ ଭିତରେ ଓ ଦେଶ ବାହାରକୁ ଯାଇ ଶିଳ୍ପପତି ମାନଙ୍କୁ ଭେଟି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆକର୍ଷିତ କରୁଛୁ। ଫଳସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି ଏବଂ ଏଥିରୁ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦୁଇଦିନ ତଳେ ନୂଆ ଦିଲ୍ଲୀ ଓ ନୋଇଡାରେ ଓଡିଶା ଫୁଡ ପ୍ରୋସେସିଙ୍ଗ୍ ରୋଡ ସୋରେ ଯୋଗଦେଇ ଶିଳ୍ପପତିମାନଙ୍କ ସହ ଓଡିଶାରେ ନିବେଶ ପାଇଁ ଆଲୋଚନା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ସମୟରେ ୪୬ଟି ବୈଠକରେ ୨୦୮ ଜଣ ନିବେଶକଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ହୋଇଛି, ୩୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏଥିରେ ସମୁଦାୟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୫୪,୧୩୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ ଓଡିଶାରେ ରିଭର୍ସ ମାଇଗ୍ରେସନ ଆରମ୍ଭ ହେଲାଣି ବୋଲି କହି ଆଗାମୀ ଦିନରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Author

Rabipriya Dash

Follow Me
Other Articles
Previous

ଘରେ ଘରେ ତ୍ରିରଙ୍ଗା

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
  • ଘରେ ଘରେ ତ୍ରିରଙ୍ଗା
  • ଜିଲ୍ଲା ଅଦାଲତରେ ଦେୱାନୀ ମାମଲାର ପ୍ରଭାବଶାଳୀ ପରିଚାଳନା ନେଇ କର୍ମଶାଳା
  • ଚାଷୀ ଓ ମହିଳାଙ୍କୁ ହତାଶ କରିଛି ଧାନ କିଣା ବିଜ୍ଞପ୍ତି: ବିଜେଡି
  • ସିଧାସଳଖ ଡିବିଟି ମାଧ୍ୟମରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ କ୍ଷତିପୂରଣ

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • Uncategorized
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
    by Rabipriya Dash
    August 10, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.