Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
    by ସଂକ୍ଷିପ୍ତ ଖବର
    August 12, 2026
  • ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
    by ସଂକ୍ଷିପ୍ତ ଖବର
    August 11, 2026
  • ସାଇବର ଠକେଇରେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
    by ସଂକ୍ଷିପ୍ତ ଖବର
    August 11, 2026
  • ୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
    by ସଂକ୍ଷିପ୍ତ ଖବର
    August 10, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

Home/Economy/ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
EconomyGovernanceMediaMore

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ

ଓଡ଼ିଶା ଅତ୍ୟଧିକ କ୍ଷତିଗ୍ରସ୍ତ ହେବ-ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର;୧୨/୮-ଲୋକସଭାରେ ସରକାର ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ଧ୍ୱନି ମତରେ ପାସ କରିଛନ୍ତି। ଓଡିଶା ପରି ରାଜ୍ୟ ଯାହାର ମୁଖ୍ୟ ରାଜସ୍ୱ ଖଣି ଏବଂ ଖଣିଜ ଜମିରୁ ଆସିଥାଏ ତାହା ଏହାଦ୍ୱାରା ଅତ୍ୟଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି। ରାଜ୍ୟ ସରକାର ଡବଲ ଇଞ୍ଜିନ ସରକାରର ସ୍ଲୋଗାନ ଦେଉଥିବା ବେଳେ ରାଜ୍ୟରୁ ବିଜେପିର ୨୦ ଜଣ ସାଂସଦ ଏହି ବିଧେୟକ ବିରୋଧରେ ମତାମତ ରଖିଥିଲେ କି? ଏହି ବିଧେୟକ କାର୍ଯ୍ୟକାରୀ ହେଲେ ଓଡିଶା କ୍ଷତିଗ୍ରସ୍ତ ହେବ ନା ନାହିଁ? ଏହା କ’ଣ ତାଙ୍କର ଡବଲ ଇଞ୍ଜିନର ପରିଣତି ବୋଲି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଛନ୍ତି ?

ଓଡିଶାରେ ଅନେକ ଜନକଲ୍ୟାଣକାରୀ ଯୋଜନା ପାଇଁ ଅଧିକାଂଶ ସମ୍ବଳ ଖଣି ଏବଂ ଖଣିଜ ଜମି ଉପରେ କର ଓ ସେସ୍‍ରୁ ଆସିଥାଏ। ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଡବଲ ଇଞ୍ଜିନ ସରକାରଙ୍କୁ ସେ ପଚାରିଚନ୍ତି ଯେ ଏହି ବିଲ୍‍ କାର୍ଯ୍ୟକାରୀ ହେଲେ ଓଡିଶା ଆର୍ôଥକ ଭାବେ କ୍ଷତିଗ୍ରସ୍ତ ହେବ ନା ନାହିଁ। ସରକାର ଏହି ଆଶଙ୍କାକୁ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ନା ନାହିଁ? ଏହା କେବଳ ଏକ ବିଧେୟକ ନୁହେଁ, ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ କୁଠାରାଘାତ। କେନ୍ଦ୍ର ସରକାର ହେଉଛି କିଛି ହାତ ଗଣତି ପ୍ରତିପତ୍ତିଶାଳୀ ବେପାରୀଙ୍କ ସରକାର। ଯାହାର ପ୍ରମାଣ ଆମେ ଗତ ସପ୍ତାହରେ ଦେଖିଲୁ। ଟଙ୍କା ଦେଇ ନ୍ୟାୟ କିଣା ହେଲା ଆମେରିକୀୟ କୋର୍ଟରେ। ଅଦାନି କମ୍ପାନୀର ମାଲିକଙ୍କୁ ଯେପରି ଭାବେ ଚାର୍ଜ ଡ୍ରପ କରାହେଲା ଟଙ୍କା ବିନିମୟରେ ତାହା ସଦ୍ୟତମ ପ୍ରମାଣ ଯେ କେନ୍ଦ୍ର ସରକାର କାହାପାଇଁ କାମ କରୁଛି। ତେଣୁ ସେହି ମହାଶୟ ଓଡିଶାରେ ବି ତାଙ୍କର ଶାଖା ପ୍ରଶାଖା ବିସ୍ତାର କରିବା ପାଇଁ ଓଡିଶା ଆସି ସିଧା ସଳଖ ଯାଇ ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଥିଲେ। ଏମିତି ପରିସ୍ଥିତି ଆଗରୁ ଦେଖିବାକୁ ମିଳି ନ ଥିଲା। ଭାରତର ଦ୍ୱିତୀୟ ବୃହତ୍ତମ କମ୍ପାନୀ ସମୂହର ମାଲିକ ନିଜେ ଯାଇ ଜିଲ୍ଲାପାଳଙ୍କୁ ଭେଟିବା। କ’ଣ ପାଇଁ ଭେଟିଲେ? ସରକାର ଏ ପର୍ଯ୍ୟନ୍ତ ସ୍ପଷ୍ଟୀକରଣ ଦେଇ ନାହାନ୍ତି।


ଗତ ୨୦୨୪ ଅଗଷ୍ଟରେ ମିନେରାଲ ଏରିଆ ଡ଼େଭେଲପମେଣ୍ଟ ଅଥରିଟି ବନାମ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ମାମଲାରେ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ୮-୧ ରାୟରେ ମିନେରାଲ ବିଅରିଂ ଜମିରୁ ଟାକ୍ସ ଓ ସେସ ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରାପ୍ତ କରିଥିଲେ ଏବଂ ୨୦୦୫ ମସିହାଠାରୁ ବକେୟା ଟଙ୍କା ୧୨ ବର୍ଷ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଐତିହାସିକ ରାୟକୁ ବିରୋଧ କରି ବଡ ବଡ ଖଣି କମ୍ପାନୀଙ୍କୁ ସୁରକ୍ଷା ଦେବାକୁ ଏହି ବିଧେୟକ ଅଣା ଯାଇଛି। ଏହି ବିଲ ଯେ ଓଡିଶା ପରି ରାଜ୍ୟର ହିତ ପାଇଁ ପରିପନ୍ଥୀ, ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଛନ୍ତି। ଓଡିଶା ସରକାର ଏହା ବିରୁଦ୍ଧରେ ନୀରବ ରହିବେ ନା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ନିଜ ମତାମତ ପ୍ରଦାନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହି ବିଧେୟକର ୯ (ଡି)କ୍ଲଜ ଇନସର୍ଟ କରି କେନ୍ଦ୍ର ସରକାର ରାଜ୍ୟର ସମସ୍ତ ଅଧିକାରଙ୍କୁ ନେଇ ଯାଇଛନ୍ତି। ଏହାଦ୍ୱାରା କେବଳ ଯେ ରାଜ୍ୟର ଜନ କଲ୍ୟାଣକାରୀ ଯୋଜନା ବ୍ୟାହତ ହେବ ତାହା ନୁହେଁ ରାଜ୍ୟର ଋଣଭାର ବଢିଯିବ। ନବୀନ ପଟନାୟକଙ୍କ ଦୂରଦର୍ଶୀ ଆର୍ôଥକ ପରିଚାଳନା ଯୋଗୁଁ ଓଡିଶା ଦେଶର ସବୁଠାରୁ ଶ୍ରେଷ୍ଠ ଆର୍ôଥକ ପରିଚାଳନା ରାଜ୍ୟ ଭାବେ ସମ୍ମାନିତ ହେଉଥିଲା। ଏବେ ତାହା ଧ୍ୱଂସ ହେବାକୁ ବସିଛି।

ତେଣୁ ରାଜ୍ୟର ସମସ୍ତ ଜନସାଧାରଣ ସରକାରଙ୍କ ଠାରୁ ଉତ୍ତର ଆଶା କରୁଛନ୍ତି ଯେ ପ୍ରତିବର୍ଷ ସରକାର କେତେ ଟଙ୍କାର ରାଜସ୍ୱ ହରାଇବେ ଏବଂ ଏହାର ପ୍ରଭାବ ବିତ୍ତୀୟ ନିଅଣ୍ଟ ଉପରେ କେତେ ପଡିବ। ଆମେ ଏହି ପ୍ରସଙ୍ଗକୁ ବିଧାନସଭା ଭିତରେ ଏବଂ ବାହାରେ ନିଶ୍ଚିତ ଭାବେ ଉପସ୍ଥାପନ କରିବୁବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି।

Share this...
  • Facebook
  • Twitter
  • Whatsapp

Tags:

ranendra against mines and minreral bill
Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
  • ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
  • ସାଇବର ଠକେଇରେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ୯ଟି ବିଭାଗରେ ୧୩୨୬ଜଣଙ୍କୁ ନିଯୁକ୍ତି
  • ଘରେ ଘରେ ତ୍ରିରଙ୍ଗା

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • State

Recent Posts

  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
    by ସଂକ୍ଷିପ୍ତ ଖବର
    August 12, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Rabipriya Dash
(Editor)

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.