Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMediaMore

ସାମ୍ବାଦିକଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

By ସଂକ୍ଷିପ୍ତ ଖବର
January 27, 2026 3 Min Read
Comments Off on ସାମ୍ବାଦିକଙ୍କ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ସ୍ପଷ୍ଟ କଲେନି ସରକାର କେବେ ଦେବେ ପେନ୍‍ସନ

କହିଲେ ସମସ୍ୟା ବିଚାରାଧୀନ ରହିଲେ ଭଲ

ଭୁବନେଶ୍ୱର:୨୬/୧- ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୬ତରିଖ ଅପରାହ୍ଣରେ ରାଜ୍ୟପାଳଙ୍କ ଆଟ୍‍ ହୋମ ସମାରୋହରେ ଅଲ ଓଡ଼ିଶା ମିଡିଆ ଆସୋସିଏସନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସମୟରେ ସେମାନେ ଆସୋସିଏସନ ପକ୍ଷରୁ ସାମ୍ବାଦିକମାନଙ୍କୁ ପେନ୍‍ସନ ପ୍ରଦାନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଏହର ଉତ୍ତର ଦେଇ ଚତୁରତାର ସହ କହିଥିଲେ, ଅପେକ୍ଷା କରନ୍ତୁ। ଆପଣମାନଙ୍କ ପେନ୍‍ସନ କଥା ସରକାରଙ୍କ ବିଚାରାଧୀନ ଅଛି। ଗତ ଅଗଷ୍ଟ ୧୫ ତାରିଖ ଆଟ୍‍ହୋମ ପାର୍ଟିରେ ମୁଖ୍ୟମନ୍ତ୍ରୀ ପେନସନ ପ୍ରସଙ୍ଗରେ ଯେଉଁ ଉତ୍ତର ରଖଥିଲେ ସେହି ଏକା ଉତ୍ତର ‘ବିଚାରାଧୀନ ଅଛି’ ବୋଲି ଜାନୁୟାରୀ ୨୬ ତାରିଖ ଆଟ ହୋମ ପାର୍ଟିରେ ରଖିଛନ୍ତି।

ଆସୋସିଏସନ ସଭାପତି ସଂଜୀବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ, ଆଗରୁ ଆସୋସିଏସନ ତରଫରୁ ସାମ୍ବାଦିକମାନଙ୍କୁ ପେନ୍‍ସନ ଓ ସ୍ୱାସ୍ଥ୍ୟବୀମା ଅର୍ଥ ପରିମାଣ ବୃଦ୍ଧି ସମ୍ପର୍କରେ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ସର୍ବଦା ବିଚାରାଧୀନ ଅଛି କହୁଛନ୍ତି। ଏପରିକି ବିଧାନସଭାରେ ସରକାରୀ ଓ ବିରୋଧୀ ଦଳର ବିଧାୟକମାନେ ଏ ନେଇ ପ୍ରଶ୍ନ କରି ଆସୁଥିବା ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁବ ଚତୁରତାରେ ସହ କେବଳ ସେହି ଗୋଟିଏ କଥା ସରକାର ବିଚାର କରୁଛନ୍ତି ବୋଲି ଗୃହରେ କହି ଚାଲିଛନ୍ତି। ଆସୋସିଏସନର ଉପ ସଭାପତି ସରୋଜ ରଂଜନ ପଟ୍ଟନାୟକ କହିଥିଲେ ଆପଣଙ୍କୁ ଯେତେବେଳେ ପଚାରିଲେ ସେହି ଗୋଟିଏ କଥା କହୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଅପେକ୍ଷାର ଫଳ ଖୁବ ମିଠା। ଅପେକ୍ଷା କରନ୍ତୁ। ଆସୋସିଏସନର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ରବିପ୍ରିୟ ଦାଶ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟର ମୁଦ୍ରିତ, ବୈଦ୍ୟୁତିକ ଏବଂ ୱେବ ମିଡିଆର ସାମ୍ବାଦିକମାନଙ୍କ ସାମାଜିକ ଏବଂ ଆର୍ôଥକ ସୁରକ୍ଷା ପାଇଁ ଆସୋସିଏସନ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ସହ ଏହା ସମସ୍ତ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରଦାନ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି। ସାମ୍ବାଦିକଙ୍କୁ ଆବଶ୍ୟକ ଅବସରକାଳୀନ ସୁବିଧା ମିଳୁନଥିବାରୁ ଅନେକ ଦୟନୀୟ ଅବସ୍ଥାରେ ଶେଷ ଜୀବନ ବିତାଉଛନ୍ତି। ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ସାମ୍ବାଦିକମାନଙ୍କ ପାଇଁ ପେନ୍‍ସନ ବ୍ୟବସ୍ଥା ଲାଗୁ କରିବାକୁ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରରେ ରାଜ୍ୟରୁ ପ୍ରକାଶ ପାଉଥିବା ଅନେକ ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦ ଏବଂ ସମ୍ବାଦଭିତ୍ତିକ ପତ୍ର ପତ୍ରିକାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ତାଲିକାଭୁକ୍ତ ନ କରିବା ଫଳରେ ଏହି ମଧ୍ୟମ ଓ କ୍ଷୁଦ୍ର ସମ୍ବାଦପତ୍ରଗୁଡ଼ିକ ଆବଶ୍ୟକ ବିଜ୍ଞାପନ ପାଇବାରୁ ବଞ୍ôଚତ ରହୁଛନ୍ତି। ବର୍ଷବର୍ଷ ଧରି ସରକାର ଏସବୁକୁ ପ୍ୟାନେଲଭୁକ୍ତ କରିନଥିବାରୁ ସଂପୃକ୍ତ ସମ୍ବାଦପତ୍ରର ପ୍ରକାଶନରେ ବାଧା ଉପୁଜୁଛି। ତୁରନ୍ତ ଏସବୁକୁ ତାଲିକାଭୁକ୍ତ କରିବା ପାଇଁ ନିୟମ ସରଳୀକରଣ କରି ସରକାରୀ ମାନ୍ୟତା ପ୍ରଦାନ କରିବା ଉପରେ ଆସୋସିଏସନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିଜ୍ଞାପନ ପ୍ରଦାନରେ ମଧ୍ୟମ ଓ କ୍ଷୁଦ୍ର ସମ୍ବାଦପତ୍ର ପ୍ରତି ବୈମାତୃକ ମନୋଭାବ ପୋଷଣ ନକରି ସମସ୍ତଙ୍କୁ ସମାନ ନଜରରେ ଦେଖିବା ଏବଂ ସରକାରୀ ବିଜ୍ଞାପନ ପ୍ରଦାନ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗତ ଅଗଷ୍ଟ ମାସରେ ଆସୋସିଏସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୨ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସରକାରଙ୍କ ସହ ସ୍ମାରକପତ୍ରରେ ଥିବା ଦାବି ଉପରେ ଆଲୋଚନା କରାଯିବ ବୋଲି ବିଭାଗୀୟ ନିର୍ଦେଶକ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଲୋଚନାର ଫଳାଫଳ ସମ୍ପର୍କରେ ଆସୋସିଏସନକୁ ଅବଗତ କରାଯାଇ ନାହିଁ।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସ ୨୨ ତାରିଖରେ ଦାବି ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସଂଘ ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ଓ ଇ-ମେଲ ଯୋଗେ ପତ୍ର ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର ଦିଆଯିବ ବୋଲି କୁହାଯାଇ ଚୁପ୍‍ ରହିବା ଯୋଗୁଁ ପୁନର୍ବାର ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିପୂର୍ବରୁ ୨୦୨୫ ଜାନୁଆରୀ ମାସରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ସମୟରେ ରାଜଭବନରେ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ସ୍ମାରକପତ୍ରରେ ସାମ୍ବାଦିକଙ୍କୁ ପେନ୍‍ସନ୍‍ ପ୍ରଦାନ, ପେନ୍‍ସନ୍‍ ପାଇଁ ଅର୍ଥ ବ୍ୟବସ୍ଥା ସମ୍ପର୍କରେ ପତ୍ରରେ କେତେକ ପ୍ରସ୍ତାବ ଦିଆଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ବିଜ୍ଞାପନରୁ କାଟି ରଖୁଥିବା ୧୫ ପ୍ରତିଶତ ଅର୍ଥରୁ ୧୦ ପ୍ରତିଶତ ଅର୍ଥକୁ ନେଇ ଏକ କର୍ପସ ପାଣ୍ଠି ଗଠନ କରି ପେନ୍‍ସନ୍‍ ବାବଦ ଅର୍ଥ ଭରଣା କରିପାରିବ। ଏହାଦ୍ୱାରା ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ସୃଷ୍ଟି ହେବନାହିଁ କି ତହବିଲରୁ ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁ ବୋଲି ତଥ୍ୟ ଭିତ୍ତିକ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଏହାବ୍ୟତୀତ ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ସ୍ୱାସ୍ଥ୍ୟବୀମା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା, ଟୋଲ୍‍ଗେଟ୍‍ରେ ସାମ୍ବାଦିକମାନଙ୍କ ଚାରିଚକିଆ ଯାନକୁ ଟିକସମୁକ୍ତ କରିବା, ସାମ୍ବାଦିକଙ୍କ ଦୁଇ ଚକିଆ ଓ ଚାରି ଚକିଆ ଯାନ ନିମନ୍ତେ ପୁଲିସ ପକ୍ଷରୁ ଷ୍ଟିକର ଯୋଗାଇ ଦିଆଯିବା, ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ କଟକ ଓ ଭୁବନେଶ୍ୱର ସମେତ ଜିଲାର ମୁଖ୍ୟାଳୟରେ ବାସଗୃହ ଯୋଗାଣ, ବିଜ୍ଞାପନ ପାଇଁ ତାଲିକାଭୁକ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ଦରଖାସ୍ତ କେନ୍ଦ୍ର ସରକାରଙ୍କ(ଡିଏଭିପି)ନୀତି ନିୟମ ଅନୁସାରେ କାର୍ଯ୍ୟକାରୀ କରିବା, ବର୍ତ୍ତମାନ ବିଜ୍ଞାପନ ଦରରେ ସ୍କୋୟାର ସିଏମ ସର୍ବନିମ୍ନ ୨୦ଟଙ୍କାକୁ ବୃଦ୍ଧି କରିବା ସହ ସାମ୍ବାଦିକମାନଙ୍କ ପାଇଁ ଥିବା ଅଧିସ୍ୱୀକୃତି କମିଟି ପୁନର୍ଗଠନ କରି ଏଥିରେ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ, ଖବରକାଗଜ ମାଲିକ ଓ ସ୍ୱୀକୃତିପ୍ରାପ୍ତ ସଂଘ ପ୍ରତିନିଧିଙ୍କୁ ସାମିଲ କରିବା ଏବଂ ସମସ୍ତ ସରକାରୀ ତାଲିକାଭୁକ୍ତ ଖବରକାଗଜଗୁଡ଼ିକୁ ସମାନ ଭାବେ ବିଜ୍ଞାପନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଆମ ସରକାର ବିଭିନ୍ନ ଯୋଜନା କରିଛନ୍ତି: ମୁଖ୍ୟମନ୍ତ୍ରୀ

Next

ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.