Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
    by Rabipriya Dash
    August 6, 2026
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMediaMore

୩.୧୦ଲକ୍ଷ କୋଟିର ବଜେଟ ଉପସ୍ଥାପିତ

-ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସର୍ବାଧିକ ବ୍ୟୟ ବରାଦ
-ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ

ଭୁବନେଶ୍ୱର:୨୦/୨-ଶୁକ୍ରବାର ବିଧାନସଭାରେ ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମିକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତିି। ଏଥିପାଇଁ ବଜେଟର ୫୮.୦୬ ପ୍ରତିଶତ ଅର୍ଥ ବ୍ୟୟବରାଦ କରାଯାଇଛି।

ସରକାର ପ୍ରଫେସନାଲ ଟ୍ୟାକ୍ସ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ସହ ଅଷ୍ଟମ ବେତନ କମିଶନ ଲାଗୁ କରିବାକୁ ଅର୍ଥବ୍ୟୟ ବ୍ୟବସ୍ଥା କରିଛନ୍ତି। ରାଜ୍ୟ ଅର୍ଥନୀତିର ସୁପରିଚାଳନା ଯୋଗୁଁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ୭.୯ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୧୧.୦୭ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଆକଳନ କରିଛନ୍ତି। ଏଫଆରବିଏମ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣକୁ ୩.୫ ପ୍ରତିଶତମଧ୍ୟରେ ସୀମିତ ରଖିଥିବା ସରକାର ବର୍ଷ ଶେଷବେଳକୁ ପ୍ରାୟ ୩୩ହଜାର କୋଟି ଟଙ୍କାର ରାଜସ୍ୱ ବଳକା ସୃଷ୍ଟି କରିବାରେ ସମର୍ଥ ହେବେ ବୋଲି ସ୍ୱଷ୍ଟ ହୋଇଛି। ସରକାର ଖୋଲାବଜାରରୁ ୨୪୪୬୫କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କଠୁ ୧୦୨୬୫କୋଟି ଟଙ୍କାର ଋଣ ଆହରଣ କରିବେ। ବର୍ଷ ଶେଷବେଳକୁ ରାଜ୍ୟର ଋଣବୋଝ ୧ ଲକ୍ଷ ୩୮ ହଜାର ୯୧୪ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଇଛି।

ପ୍ରଥମଥର ପାଇଁ ରାଜ୍ୟ ବଜେଟ ୩ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆକାର ୨.୯୦ ଲକ୍ଷ କୋଟି ଟଙ୍କା ଥିଲ। ଏହା ୬.୯ ପ୍ରତିଶତ ବଢ଼ିଛି। ୨୦୨୬-୨୭ ଆର୍ଥିକ ବର୍ଷରେ ନିଜସ୍ୱ ଟିକସରୁ ୭୦ହଜାର କୋଟି, ଅଣଟିକସ ରାଜସ୍ୱରୁ ୭୧ହଜାର କୋଟି, କେନ୍ଦ୍ର ସରକାରଙ୍କଠୁ ରାଜ୍ୟର ଟିକସ ବାବଦରେ ୬୭୬୪୦କୋଟି , କେନ୍ଦ୍ରୀୟ ଅନୁଦାନ ବାବଦରେ ୪୦,୦୩୯କୋଟି, ବିଭିନ୍ନ ସୂତ୍ରରୁ ଋଣ ଆକାରରେ ୪୭୮୦୦କୋଟି, ଋଣ ପରିଶୋଧରୁ ୭୦୦କୋଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସ୍ଥାନରୁ ୧୩ହଜାର କୋଟି ଏହିପରି ୩.୧୦ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟର ନିଜସ୍ୱ ଟିକସ ସଂଗ୍ରହ ପ୍ରାୟ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା ଆକଳନ କରିଥିବାବେଳେ ଏଥିରେ ୫୩ହଜାର କୋଟି ଟଙ୍କା କେବଳ ଖଣି ରାଜସ୍ୱ, ୧୦୯୦୦କୋଟି ଟଙ୍କା ଅବକାରୀ ଟିକସ ଓ ୫୧୦୦କୋଟି ଟଙ୍କା ବିଦ୍ୟୁତ ଟିକସରୁ ମିଳିବ।ସରକାର ଏହି ୩.୧୦ଲକ୍ଷ କୋଟି ଟଙ୍କାରୁ ୧.୧୪ଲକ୍ଷ କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୧.୮୦ଲକ୍ଷ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୧୦୬୨୫କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାକୁ ହସ୍ତାନ୍ତର ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୩୭୫କୋଟି ଆକାରରେ ଖର୍ଚ୍ଚ କରିବେ।

ନିମ୍ନ ମଧ୍ୟବିତ୍ତ ଓ ଚାକିରିଆଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଆସନ୍ତା ଏପ୍ରିଲ ପହିଲାଠାରୁ ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି। ଏଥିଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ୩୨୦କୋଟି ଟଙ୍କା ରାଜସ୍ୱ ହରାଇବାକୁ ପଡ଼ିବ। ଅଷ୍ଟମ ବେତନ କମିଶନ ଆଧାରରେ ରାଜ୍ୟର କର୍ମଚାରୀମାନଙ୍କୁ ଦରମା ଦେବା ଉଦ୍ଦେଶ୍ୟରେ ସରକାର ପ୍ରଶାସନିକ ଖର୍ଚ୍ଚରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ପାଇଁ ସରକାର ‘ମିଶନ ପାୱାର’ (ଶକ୍ତି,ଜଳ ଓ ସଡ଼କ) ନାମରେ ନୂଆ ପଦକ୍ଷେପ ନେଇଛନ୍ତି। ସରକାର ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୪୪୩୦୯କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଗ୍ରାମାଞ୍ଚଳର ଅସଂପୂର୍ଣ୍ଣ ପାଇପ ଜଳ ପ୍ରକଳ୍ପ ଶେଷ କରିବା ପାଇଁ ରାଜ୍ୟ ସହାୟତାପ୍ରାପ୍ତ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ନାମରେ ଏକ ନୂଆ ଯୋଜନା ହାତକୁ ନିଆଯାଇଛି। କୃଷି ବାଣିଜ୍ୟର ବିକାଶ ପାଇଁ ରାଜ୍ୟରେ ୧୦୦ଟି ମଡେଲ ମଣ୍ଡି ସ୍ଥାପନ କରାଯିବ। ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ୧୨୫ ଦିନର କାମ ଯୋଗାଇ ଦେବାକୁ ରୋଜଗାର ଗ୍ୟାରେଣ୍ଟି ମିଶନ ପ୍ରଣୟନ ହୋଇଛି। ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ‘ଡାଲଖାଇ’ ନାମକ ନୂତନ କାର୍ଯ୍ୟକ୍ରମ ଓ ଜନଜାତିଙ୍କ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଘୋଷଣା କରାଯାଇଛି। ଯୁବ ଶିକ୍ଷାର୍ଥୀଙ୍କ ପାଇଁ ‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’ ମାଧ୍ୟମରେ ମାଗଣା ଲ୍ୟାପଟପ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ “ଶକ୍ତିଶ୍ରୀ ଯୋଜନା’ ଆରମ୍ଭ କରାଯିବ।

ଅବହେଳିତ ଓ ଅସହାୟ ବର୍ଗଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ପାଇଁ ସରକାର ‘ମଧୁବାବୁ ପେନସନ ଯୋଜନା’ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମର ପରିସର ବୃଦ୍ଧି କରିଛନ୍ତି। ପୂର୍ବ ସରକାରଙ୍କ ତ୍ରୁଟି ଯୋଗୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଓ ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ପ୍ରାୟ ୬ ଲକ୍ଷ ୧୪ ହଜାର ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମାଜିକ ପେନସନ(ମଧୁବାବୁ ଭତ୍ତା) ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।

 

ସହରାଞ୍ଚଳରେ ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ’ ଓ ସହରୀ ଗରିବଙ୍କ ବାସଗୃହ ସମସ୍ୟା ଦୂର ପାଇଁ ‘ପିଏମଏୱାଇ ସହରୀ ବନ୍ଧୁ’ ଓ ‘ଅନ୍ତ୍ୟୋଦୟ ଗୃହ ଯୋଜନା” ମାଧ୍ୟମରେ ସୁଲଭ ଗୃହ ଯୋଗାଇ ଦିଆଯିବ। ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଭଳି ନୂଆ ଯୋଜନାରେ କନ୍ୟା ସନ୍ତାନଙ୍କ ଶିକ୍ଷା ଓ ବିବାହ ପାଇଁ ଆର୍ôଥକ ସହାୟତା ମିଳିବ। ଶିଶୁଙ୍କ ପୋଷଣ ଓ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ନିମନ୍ତେ ନୂତନ ଭାବେ “ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ଆରମ୍ଭ କରାଯିବ। ରାଜ୍ୟର ଚାରିଟି ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ବିଶ୍ୱବିଦ୍ୟାଳୟ ଏବଂ ପାରାଦୀପ ଓ ବଲାଙ୍ଗିରରେ ୨ଟି ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରାଯିବ। ଏସସିବି ଓ ଭୀମସାରର ଉନ୍ନତୀକରଣ କାର୍ଯ୍ୟ କରାଯିବ। ସରକାରୀ ଚିକିତ୍ସା ସୁବିଧା ନଥିବା ଜିଲ୍ଲାରେ ହେଲଥ କେୟାର ଶିକ୍ଷା ବ୍ୟବସ୍ଥା ହେବ। ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର, କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ବର୍ଣ୍ଣ ୟୁନିଟ। ପିପିଲି ଟୋଲ ପ୍ଲାଜା ନିକଟରେ ପିପିଲି ଚାନ୍ଦୁଆ ବଜାର ନିର୍ମାଣ କରାଯିବ ବୋଲି ବଜେଟରେ ବ୍ୟବସ୍ଥା କରାଯାଇଛି।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Next

Budget is like a full menu in an empty kitchen-Naveen Patnaik

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
    by Rabipriya Dash
    August 6, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.