Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
    by Rabipriya Dash
    August 6, 2026
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMediaMore

ଆକାଂକ୍ଷୀ ଜିଲା ଆକାଂକ୍ଷା ପୂରଣ ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: 29/7- ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଏକ ସଫଳ ମଡେଲ ସାବ୍ୟସ୍ତ ହୋଇଛି ବୋଲି କହିବା ସହିତ ଆଗାମୀ ଦିନ ମାନଙ୍କରେ ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସ୍ପିରେସନାଲ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ରେ ତୃଣମୂଳ ସ୍ତରରେ ଯୋଜନା କିପରି କାର୍ଯ୍ୟକାରୀ କରାଯାଇ ପାରିବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଦକ୍ଷତା ବିକାଶକୁ ଆଧାର କରି ସାମାଜିକ ଅର୍ଥନୈତିକ ସୂଚକାଙ୍କ ମାଧ୍ୟମରେ ସମାବେଶୀ ବିକାଶର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରାଯାଉଛି। ଜିଲ୍ଳା ପରେ ଏବେ ବ୍ଲକକୁ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩ଟି ସି, ଯଥା- କେନ୍ଦ୍ର ଓ ରାଜ୍ୟ ଯୋଜନାର ସମନ୍ୱୟ,କେନ୍ଦ୍ର, ରାଜ୍ୟ, ଜିଲ୍ଲା ଓ ନାଗରିକଙ୍କ ମଧ୍ୟରେ ସହଯୋଗ, ଏବଂ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କରେ ଜିଲ୍ଲାମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଉପରେ ଗୁରୁତ୍ୱ ଦିଆଯାଇଛି । ଦୁର୍ଗମ ଏବଂ ଅଳ୍ପ ବିକଶିତ ବ୍ଲକ ଗୁଡିକରେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ସହିତ ସେମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି ।

ସେ ଆହୁରି କହିଥିଲେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ- ‘Vocal For Local’ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହାକୁ ବାସ୍ତବ ରୂପ ଦେବା ନିମନ୍ତେ ୨୦୨୪ ମସିହାରେ ‘ଆକାଂକ୍ଷା ବ୍ରାଣ୍ଡ’ର ଶୁଭାରମ୍ଭ କରାଯାଇଛି । ମୁଁ ଅତ୍ୟନ୍ତ ଖୁସିର ସହ ଘୋଷଣା କରୁଛି ଯେ, ଏହି ଆକାଂକ୍ଷା ବ୍ରାଣ୍ଡକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏକ ସପ୍ତାହବ୍ୟାପୀ ଆକାଂକ୍ଷା ହାଟ ଅଭିଯାନ ଆଜିଠାରୁ ଆରମ୍ଭ କରାଯାଉଛି । ଏହି ଆକାଂକ୍ଷା ହାଟ ଅଭିଯାନ ଦ୍ୱାରା ଆମ ରାଜ୍ୟର ଦୁର୍ଗମ ତଥା ଅନୁନ୍ନତ ଅଞ୍ଚଳରେ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡିକର ବଜାର ଉପଲବ୍ଧତା ବୃଦ୍ଧି ପାଇବ। ଏହା ମାଧ୍ୟମରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, କାରିଗର, ବୁଣାକାର ଭାଇ ଓ ଭଉଣୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ଉତ୍ପାଦଗୁଡ଼ିକ ସୁଲଭ ଏବଂ ସଠିକ ଦରରେ ମିଳି ପାରିବ । ଆକାଂକ୍ଷା ହାଟ ଅନ୍ତର୍ଗତ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାରେ ମାର୍କେଟିଙ୍ଗ୍ ନିମନ୍ତେ digital e-marketplace ଗୁଡ଼ିକରେ ମଧ୍ୟ ଉପଲବ୍ଧ କରାଯିବ। ଏହା ଦ୍ବାରା ଏହି ଉତ୍ପାଦ ଗୁଡିକର ବଜାର ସଂଯୋଗ ଏବଂ ଉପଭୋକ୍ତା ସଂଖ୍ୟା ଆହୁରି ବ୍ୟାପକ ହୋଇ ପାରିବ। ବଜାର ଚାହିଦା ଅନୁଯାୟୀ ଉତ୍ପାଦଗୁଡ଼ିକର ମାନକ, ମୂଲ୍ୟ ନିର୍ଦ୍ଧାରଣ ଏବଂ ଉପଲବ୍ଧତା ବୃଦ୍ଧି ନିମନ୍ତେ ଆକାଂକ୍ଷା ବ୍ରାଣ୍ଡର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରାଯିବ ।

ସେ ପୁଣି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ୨୦୧୮ ଜାନୁୟାରୀ ମାସରେ ଶୁଭାରମ୍ଭ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତା ପରେ ୨୦୨୩ ଜାନୁୟାରୀରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ଓଡ଼ିଶାର ମଧ୍ୟ ୧୦ଟି ଜିଲ୍ଲାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ADP) ଏବଂ ୧୬ଟି ଜିଲ୍ଲାର ୨୯ଟି ବ୍ଲକରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ABP) କାର୍ଯ୍ୟକାରୀ ହେଉଅଛି। ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ, ସାରା ଭାରତବର୍ଷର ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକଗୁଡ଼ିକରେ ୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ।

ଉତ୍କର୍ଷ ପ୍ରଦର୍ଶନ ପାଇଁ ପୁରସ୍କୃତ ଜିଲ୍ଲା ଏବଂ ବ୍ଲକର ଅଧିକାରୀ ମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜ୍ୟ ନିମନ୍ତେ ଗୌରବର ବିଷୟ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ସମସ୍ତ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ କ୍ରମାଗତ ଭାବେ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କହୁଛନ୍ତି। ରାଜ୍ୟର ଦଶଟି ଜିଲ୍ଲା ସାମୂହିକ ଭାବେ ୧୬୫ କୋଟି ଟଙ୍କା ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି । ଯେଉଁ ଜିଲ୍ଲାଗୁଡିକ ଆଶାନୁରୂପ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହାନ୍ତି, ସେମାନେ ନିରାଶ ନ ହୋଇ ଆହୁରି ଅଧିକ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସପିରେସନାଲ୍ ଜିଲ୍ଲା ଓ ବ୍ଲକ ମାନଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୁରସ୍କାର ଆଜି ପ୍ରଦାନ କରିଛନ୍ତି। ଆସପିରେସନାଲ୍ ଜିଲ୍ଲାମାନଙ୍କ ମଧ୍ୟରୁ ମାଲକାନଗିରି ଓ ନବରଙ୍ଗପୁର ସ୍ଵର୍ଣ୍ଣ ପଦକ, କନ୍ଧମାଳ ଓ କୋରାପୁଟ ରୌପ୍ୟ ପଦକ, ଏବଂ ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ନୂଆପଡ଼ା କାଂସ୍ୟ ପଦକ ହାସଲ କରିଛନ୍ତି। ସେହିପରି ଆସପିରେସନାଲ୍ ବ୍ଲକ୍ କାର୍ଯ୍ୟକ୍ରମରେ ଖୈରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ଡାବୁଗାଁ – ଏହି ଚାରିଟି ବ୍ଲକ୍ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଅନ୍ୟ ୭ଟି ବ୍ଲକ ରୌପ୍ୟ ପଦକ, ଏବଂ ୩ଟି ବ୍ଲକ କାଂସ୍ୟ ପଦକ, ଏବଂ ୧୧ଟି ବ୍ଲକ ତାମ୍ର ପଦକ ପାଇଛନ୍ତି।

ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କୁ ନେଇ ଟିମ ୱାର୍କ କରିବା ଏକ ବହୁତ ବଡ ଉପଲବ୍ଧି। ଜିଲ୍ଲାରେ growth mindset ସହିତ କାମ କରିବା ହିଁ ପ୍ରକୃତ କାର୍ଯ୍ୟ ଦକ୍ଷତା। ସମସ୍ତ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଆଜି ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ପୁରସ୍କୃତ ହେଉଛନ୍ତି ଏହା ଜାଣି ଅନେକ ଖୁସି ଲାଗୁଛି ଏବଂ ଏହାହିଁ ଟିମ ୱାର୍କର ଲକ୍ଷଣ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିଜ ବକ୍ତବ୍ୟରେ କହିଥିଲେ। ଯୋଜନା ଏବଂ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଟି. ଆଓ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ଓ ବିଡ଼ିଓ ମାନେ ଉପସ୍ଥିତ ଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

HOUSE SEARCH OF RAJA KISHORE JENA, ASST. ENGINEER

Next

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ଅନୁଧ୍ୟାନ

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଜନଜାତି ଯୁବବର୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ : ମୁଖ୍ୟ ଶାସନ ସଚିବ
    by Rabipriya Dash
    August 6, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.