ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ବ୍ୟକ୍ତିଙ୍କୁ ହଟାଯାଉ, ୧୮ ରୁ ଆନ୍ଦୋଳନ
ସୁବର୍ଣ୍ଣପୁର: 8.11.2024(ଉଗ୍ରସେନ କର୍ମୀ)
ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସାଇ ଗେଷ୍ଟ ହାଉସ ଠାରେ ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ବ୍ୟକ୍ତିଙ୍କୁ ହଟାଇବା ପାଇଁ ପ୍ରସ୍ତୁତି ବୈଠକ ଅଲ୍ ଓଡିଶା କେଡିକେ ହଟାଅ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଉପ ସଭାପତି ଦିକସନ୍ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଆଇନଜୀବୀ ତଥା ସଙ୍ଗଠନର ରାଜ୍ୟ ସଂଯୋଜକ ଲକ୍ଷ୍ମଣ ଭରାସାଗରଙ୍କ ଆବାହକତ୍ୱ ଏବଂ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ତଥା ସାଧାରଣ ସମ୍ପାଦକ ଡିଙ୍ଗର କୁମ୍ଭାର ଯୋଗଦେଇ ବୈଠକର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଦୀର୍ଘ ସମୟ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ଭାବରେ ଅନୁସୂଚିତ ଜାତି ତାଲିକାରେ ଧସେଇ ପଶିଥିବା ନକଲି ଦେୱାର ତଥା କେଉଟ, ଧୀବର ଓ କୈବର୍ତ୍ତମାନଙ୍କୁ ସଂପୂର୍ଣ୍ଣ ଭାବେ ବାଦ୍ ଦେବା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଫିସ ସାମ୍ନାରେ ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନିଆଁ ଆମରଣ ଅନଶନରେ ବସିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି ପଶ୍ଚିମଓଡ଼ିଶାର ପ୍ରାୟ ଏଗାର ଟି ଅର୍ଥାତ୍ ୧୮ ତାରିଖରେ କଳାହାଣ୍ଡି ଓ ନୂଆପଡା ଜିଲା , ୧୯ ତାରିଖରେ ବୌଦ୍ଧ ଓ କନ୍ଧମାଳଜିଲା, ୨୦ ତାରିଖରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲା , ୨୧ ତାରିଖରେ ସୁନ୍ଦରଗଡ଼ , ଦେବଗଡ଼ ଓ ଝାରସୁଗୁଡ଼ା ଜିଲା ଏବଂ ଶେଷ ଦିନ ୨୨ ତାରିଖରେ ବରଗଡ଼ ଜିଲାର ଅନୁସୂଚିତ ଜାତିର ପ୍ରତିନିଧିମାନେ ଗଣଧାରଣାରେ ବସିବା ପାଇଁ ସମ୍ମତି ପ୍ରକାଶ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ଧନଞ୍ଜୟ ଦୀପ, ବାପୀ ବେହେରା, ଟିକେମନ ଦୀପ, ବିମ୍ବାଧର ଵାଗ, ସୁଦର୍ଶନ ପାଣ୍ଡବ, ବିଶ୍ବମ୍ବର ମହାନନ୍ଦ, ଚନ୍ଦ୍ର ମୋହନ ନାୟକ, ହେମନ୍ତ ତାଣ୍ଡି, ଟିକେଲାଲ କୁମ୍ଭାର, ଜୀବର୍ଦ୍ଧନ ହାତୀ, ଧନେଶ୍ଵର ନାଗ, ଅର୍ଜ୍ଜୁନ ମୁଗ୍ରୀ, ଭକ୍ତବନ୍ଧୁ ନାଗ , ବସନ୍ତ କୁମାର ଖୁରା, ଶ୍ରୀନିବାସ ହାତୀ, ସୁବ୍ରତ କୁମାର ଜଗଦଲା, ଜୟରାମ ହରିପାଲ, ଶଣ୍ଢେଶ୍ୱର ଜଗଦଲା, ନିତେଇ ପାଲ୍, ମୋହନ ମହାନନ୍ଦ, ହରବ୍ରତ ସେନାପତୀ, ରାମଚନ୍ଦ୍ର ମହାନନ୍ଦ, ଦିଲ୍ଲୀପ ଦିଗାଲ, ନିରଞ୍ଜନ ଦିଗାଲ, ରମେଶ ମହାନନ୍ଦିଆ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଗଣ୍ଡା ପଡ଼ାବାସୀ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ସଙ୍ଗଠନର ଅନ୍ୟତମ ରାଜ୍ୟ ଉପ ସଭାପତି ସୁଧାଂଶୁ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।


