Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବିଭାଜନ ବିଭୀଷିକା ସ୍ମୃତି ଦିବସ
    by ସଂକ୍ଷିପ୍ତ ଖବର
    August 14, 2026
  • ସାଇବର ସୁରକ୍ଷା ନେଇ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ
    by ସଂକ୍ଷିପ୍ତ ଖବର
    August 14, 2026
  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
    by ସଂକ୍ଷିପ୍ତ ଖବର
    August 12, 2026
  • ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
    by ସଂକ୍ଷିପ୍ତ ଖବର
    August 11, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

Home/Governance/ବିଭାଜନ ବିଭୀଷିକା ସ୍ମୃତି ଦିବସ
GovernanceMediaMore

ବିଭାଜନ ବିଭୀଷିକା ସ୍ମୃତି ଦିବସ

ଦେଶର ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ଦିବସ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୧୪/୮-ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଶୁକ୍ରବାର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।


ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ପାକିସ୍ତାନରୁ ଆସୁଥିବା ‘ବ୍ଲଡ ଟ୍ରେନ’ ଓ ‘ଘୋଷ୍ଟ ଟ୍ରେନ’ଗୁଡ଼ିକରେ କେବଳ ମୃତଦେହ ଭରି ରହିଥିଲା, ଯାହାର ପ୍ରଭାବ ଆଜି ବି ସେମାନଙ୍କ ବଂଶଧରଙ୍କ ମନରେ ରହିଛି। ବ୍ରିଟିଶ ସରକାରଙ୍କ ବିଭାଜନ ଓ ରାଜତ୍ୱ ନୀତି ଏବଂ ସେତେବେଳର ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲୋଭ ଯୋଗୁଁ ଏହି ବିଭାଜନ ଘଟିଥିଲା। ସେ ସମୟରେ ମୁସଲିମ ଲିଗ ଓ କଂଗ୍ରେସର ନିଷ୍ପତ୍ତି ହିଁ ବିଭାଜନର ମୂଳ କାରଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।


ସେ କହିଥିଲେ, ଆଜି ବି ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ନଗଣ୍ୟ ହୋଇଯାଇଥିବା ବେଳେ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଯେଉଁମାନେ ଏହି ବିଭୀଷିକାକୁ ସାଧାରଣ ଭାବେ ଦେଖୁଛନ୍ତି କିମ୍ବା ଶତ୍ରୁ ଭାବାପନ୍ନ ଦେଶ ସହ ବନ୍ଧୁତ୍ୱ ପାଇଁ ଆଗ୍ରହୀ, ସେମାନଙ୍କୁ ସ୍ୱାର୍ଥପର ଓ ଦେଶବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ଏହି ଛପାଯାଇଥିବା ଇତିହାସକୁ ଆଜିର ଯୁବପିଢ଼ି ଆଗରେ ଉଜାଗର କରିବା ପାଇଁ ଏନସିଇଆରଟି ପାଠ୍ୟପୁସ୍ତକରେ ବିଭାଜନର ବିଭୀଷିକାକୁ ସ୍ଥାନିତ କରାଯାଇଛି, ଯାହାଦ୍ୱାରା ଯୁବଶକ୍ତି ଭ୍ରମିତ ନ ହୋଇ ପ୍ରକୃତ ସତ୍ୟ ଜାଣିପାରିବେ। ଅପରପକ୍ଷରେ, ଦେଶାନ୍ତର ହୋଇ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗୀୟ ମନମୋହନ ସିଂହ ଏବଂ ଫ୍ଲାଇଂ ଶିଖ ମିଲଖା ସିଂହ ନିଜ କଠିନ ପରିଶ୍ରମ ବଳରେ ଶୀର୍ଷରେ ପହଞ୍ଚିଥିବା ବେଳେ ପାକିସ୍ତାନ ଯାଇଥିବା ମୁସଲମାନମାନଙ୍କୁ ଆଜି ବି ସେଠାରେ ‘ମୋହାଜିର’ ଭାବେ ନିନ୍ଦିତ କରାଯାଉଛିବୋଲି ସେ କହିଥିଲେ।

Share this...
  • Facebook
  • Twitter
  • Whatsapp
Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ସାଇବର ସୁରକ୍ଷା ନେଇ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

No Comment! Be the first one.

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବିଭାଜନ ବିଭୀଷିକା ସ୍ମୃତି ଦିବସ
  • ସାଇବର ସୁରକ୍ଷା ନେଇ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ
  • ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବିଧେୟକ ପାରିତ
  • ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛି ବିଜେପି ସରକାର: ବିଜେଡି
  • ସାଇବର ଠକେଇରେ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

Recent Comments

No comments to show.

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • State

Recent Posts

  • ବିଭାଜନ ବିଭୀଷିକା ସ୍ମୃତି ଦିବସ
    by ସଂକ୍ଷିପ୍ତ ଖବର
    August 14, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Rabipriya Dash
(Editor)

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.