ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ୟାମାପଦ ବୋଷଙ୍କ ଧର୍ମପତ୍ନୀ କମଳାରଣୀଙ୍କ ପରଲୋକ
ଭୁବନେଶ୍ୱର (ସମରେନ୍ଦ୍ର ବଳିଆରସିଂହ) ଖୋର୍ଦ୍ଧା ଅଞ୍ଚଳର ଧର୍ମପରାୟଣା ତଥା ଅତିଥି ବତ୍ସଳା ମହିଳା କମଳାରାଣୀ ବୋଷଙ୍କର ଶନିବାର ରାତି ୪ଟା ୧୦ମିନିଟରେ ରେ ପରଲୋକ ହୋଇଯାଇଛି। ଖ୍ୟାତନାମା କଣ୍ଠଶିଳ୍ପୀ ଶ୍ୟାମାପଦ ବୋଷଙ୍କର ସେ ଥିଲେ ଧର୍ମପତ୍ନୀ। ଓଡ଼ିଶା ଏକ୍ସପ୍ରେସର ସମ୍ପାଦକ ତଥା ସାହିତ୍ୟିକ ଉମାପଦ ବୋଷ, ଅବସରପ୍ରାପ୍ତ ଜୀବନ ବୀମା ଅଧିକାରୀ ରୂପକ ବୋଷ ଓ ଗାଳ୍ପିକ ସୁନୀଲ ବୋଷ ହେଉଛନ୍ତି ତାଙ୍କର ସୁପୁତ୍ର।
ଗତ ଅକ୍ଟୋବର ୧୪ ତାରିଖରେ ତାଙ୍କ ସହ ଶେଷ ଦେଖା। କହିଥିଲେ, ମୁଁ ଏଥର ଚାଲିଲି। ପରଦିନ ଭର୍ତ୍ତି ହେଲେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ। ୯୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଲା। ଗୋଟେ ଯୁଗର ଅନ୍ତ ହେଲା। ଜୀବନ ତମାମ ଏଭଳି ଜଣେ ସ୍ନେହୀ ମଣିଷଙ୍କ ଅଭାବ ଅନୁଭୂତ ହେବ। ତାଙ୍କ ଆମର ଆତ୍ମାର ସଦଗତି କାମନା କରୁଛୁ l

