Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMore

ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା, ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ ଓ ପେନସନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

By ସଂକ୍ଷିପ୍ତ ଖବର
December 23, 2024 3 Min Read
Comments Off on ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା, ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ ଓ ପେନସନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ସାମ୍ବାଦିକ ୟୁନିୟନର ୫୩ତମ ପ୍ରତିଷ୍ଠା ଦିବସ

ସାମ୍ବାଦିକଙ୍କୁ ସୁରକ୍ଷା, ସୁବିଧା ଓ ଅଧିକାର ପ୍ରଦାନ କରିବା ଆମର ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

• ସାମ୍ବାଦିକମାନେ ସତ ଖବର ପ୍ରସାରଣ ସହ ସମାଲୋଚନା କରନ୍ତୁ, ସାହସୀ ହୁଅନ୍ତୁ
• ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ, ଏସବୁର ପ୍ରଚାର କରିବା ଦାୟିତ୍ୱ ସାମ୍ବାଦିକମାନଙ୍କର
• ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ନେଉ ଗଣମାଧ୍ୟମ
• ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ ଭୂମିକା ରହିଛି

ଭୁବନେଶ୍ୱର, 22/12/2024- ଓଡ଼ିଶାରେ ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ସାମ୍ବାଦିକ ବନ୍ଧୁମାନଙ୍କର ବି ଦାୟିତ୍ୱ ରହିଛି। ଏହି ସାମ୍ବାଦିକ ବନ୍ଧୁମାନଙ୍କର ସୁରକ୍ଷା, ଅଧିକାର ଓ ସୁବିଧା ପାଇଁ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବା ସହ ସେମାନଙ୍କୁ ବିଧିବିଦ୍ଧ ଭାବରେ ମାନ୍ୟତା ପ୍ରଦାନ କରିବା ତଥା ପେନସନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶା ସାମ୍ବାଦିକ ୟୁନିୟନ(ଓଜେୟୁ)ର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମ୍ବାଦିକମାନଙ୍କ ସ୍ୱାର୍ଥ, ସୁରକ୍ଷା ଓ ସଂଘର୍ଷକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶା ସାମ୍ବାଦିକ ୟୁନିୟନର କାର୍ଯ୍ୟ ପ୍ରଶଂସନୀୟ। ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ତେବେ ସମ୍ବିଧାନ ପ୍ରଣୟନ ହେବା ପରେ ଦେଶରେ ପ୍ରଥମ କରି ଯେଉଁ ନିର୍ବାଚନ ହୋଇଥିଲା, ତାହା ପୂର୍ବରୁ ସମ୍ବିଧାନ ସଂଶୋଧନ କରାଗଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସମ୍ବିଧାନର ସଂଶୋଧନ କରାଇଥିଲେ, ଯାହାର ବଡ ଶିକାର ହୋଇଥିଲେ ସାମ୍ବାଦିକ। ବାକ୍ ସ୍ୱାଧୀନତାକୁ ସଂଶୋଧନ କରାଗଲା, ଯେଉଁ ସଂଶୋଧନ ଥିଲା ସମାଲୋଚନାରୁ ବଞ୍ଚିବା ପାଇଁ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମ ଦେଶ ହେଉଛି ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତନ୍ତ୍ରର କିଛି ସର୍ତ୍ତ ଅଛି। ସର୍ତ୍ତ ହେଉଛି ୫ ବର୍ଷରେ ଥରେ ଜନପ୍ରତିନିଧିଙ୍କ ପାଇଁ ପରୀକ୍ଷା ସଦୃଶ ନିର୍ବାଚନ ହେବ। ସମସ୍ତ ଜନପ୍ରତିନିଧିମାନେ ଗଣତନ୍ତ୍ରର ପୂଜାରୀ। ଅନେକ କଳ୍ପନା ଓ ଯୋଜନାକୁ ନେଇ ସେମାନେ ସମାଜ ପାଖକୁ ଯାଆନ୍ତି । ତେବେ ତାହା ଠିକ୍ ନା ଭୁଲ ତାହାକୁ ଦେଖାଇବାର ଦାୟିତ୍ୱ ସାମ୍ବାଦିକମାନଙ୍କର। ଜନପ୍ରତିନିଧିଙ୍କ କଥାର ନିର୍ଣ୍ଣୟ ସମାଜ କରିବ। ମାତ୍ର ଆଜି ଦଳେ ଲୋକ ସତ୍ୟକୁ ସାମ୍ନା କରିବାର ସାହସ ରଖୁନାହାନ୍ତି। ହାରିଲେ ଇଭିଏମକୁ ଦୋଷ ଦେଉଛନ୍ତି। ପ୍ରଜାତନ୍ତ୍ରକୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଏହିପରି ଭାବରେ ଗତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଲୋକଙ୍କ ସୁରକ୍ଷା ପାଇଁ ନିର୍ବାଚନ ଥିଲା। ଓଡ଼ିଆ ଲୋକ ଜିତିବ ନା ହାରିବ, ତାହା ହିଁ ଥିଲା ମୂଳ ପ୍ରସଙ୍ଗ, ଯେଉଁଥିରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ ଗଣତନ୍ତ୍ରରେ କୌଣସି ବିଜୟ ସ୍ଥାୟୀ ନୁହେଁ। ସ୍ଥାୟୀ ବିଜୟ ଦୀର୍ଘକାଳୀନ ହେଲେ ସ୍ୱେଚ୍ଛାଚାରିତା ବଢିଯିବ। ଓଡ଼ିଶାରେ ଶାସନ କ୍ଷମତା ପରିବର୍ତ୍ତନ କରାଇବାରେ ସାମ୍ବାଦିକମାନଙ୍କର ଭୂମିକା ରହିଥିଲା। ସାମ୍ବାଦିକମାନଙ୍କୁ ସତ କହିବା ସହ ସମାଲୋଚନା କରିବା ଏବଂ ଜଣେ ଜଣେ ସାହସୀ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଓଡ଼ିଶା ଏକ ସମୃଦ୍ଧ, ବୌଦ୍ଧିକସମ୍ପନ୍ନ ଏବଂ ବଳଶାଳୀ ରାଜ୍ୟ। ଆମେ କଳିଙ୍ଗ ଯୁଦ୍ଧ ଲଢିଥିଲୁ। କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ସାମୂହିକ ଏକତା ଓ ଇଚ୍ଛାଶକ୍ତି ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ବିଜୟ କରିଥିଲେ। ରାଜା କପିଳେନ୍ଦ୍ର ଦେବଙ୍କ ବିଶାଳ ସାମ୍ରାଜ୍ୟ ଗୋଦାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ବିଶୁ ମହାରଣାଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମାଣ ହୋଇଥିଲା । କୋଣାର୍କ ମନ୍ଦିରରେ ମୁଣ୍ଡି ମାରି ଧର୍ମପଦ ବାରଶହ ବଢେଇଙ୍କ ଜୀବନ ରକ୍ଷା କରିଥିଲେ। ଓଡ଼ିଶାର ବୀରତ୍ୱ ଏବଂ ଓଡ଼ିଆ ଜାତିର ସମ୍ପନ୍ନତା ଏବଂ ବୁଦ୍ଧିକୁ ପ୍ରତିଫଳିତ କରୁଛି। ଓଡ଼ିଶାର ପ୍ରଗତି ଆଗାମୀ ଦିନରେ କଣ ହେବ ? ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା। ଓଡ଼ିଆ ଲୋକମାନଙ୍କ ପରିଶ୍ରମର ପାରାକାଷ୍ଠାର ଅନେକ ଉଦାହରଣ ରହିଛି। ସାରଳା ଦାସଙ୍କ ଓଡ଼ିଆ ମହାଭାରତ, ବଳରାମ ଦାସଙ୍କ ଲକ୍ଷ୍ମୀପୂରାଣ, ପଠାଣୀ ସାମନ୍ତଙ୍କ ଅଗାଧ ପାଣ୍ଡିତ୍ୟ, ଓଡ଼ିଶାର ଉତ୍କୃଷ୍ଟ କଳା, ପୋଥି, ଭାସ୍କର୍ଯ୍ୟ ଆମର ଅନନ୍ୟ ବିଭବ। ଏହି ସବୁର ପ୍ରଚାର ପ୍ରସାର ପ୍ରସାର ସହ ବିଶ୍ୱବିଦିତ କରାଇବା ଦାୟିତ୍ୱ ହେଉଛି ସାମ୍ବାଦିକମାନଙ୍କର।

ସେ କହିଥିଲେ, ଆଗାମୀ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ଓଡ଼ିଶାରେ ନୌସେନା ଦିବସ ପାଳନ ହୋଇଛି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏଠାରେ ଆୟୋଜନ ହେବାକୁ ଯାଉଛି। ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଥିବା ସମ୍ଭାବନାକୁ ଉପଯୋଗ କରିବା ସହ ବଣମଲ୍ଲିଙ୍କୁ ଲୋକଲୋଚନକୁ ଆଣିବା ସାମ୍ବାଦିକମାନଙ୍କର ଦାୟିତ୍ୱ ହେଉ । କଳାହାଣ୍ଡି ଜିଲ୍ଲାରେ ଦୁଇ ପୁଅ ଝିଅ ଇଞ୍ଜିନିୟରିଂ ପଢ଼ି ସାରିବା ପରେ ଛେଳି ଫାର୍ମ କରିଛନ୍ତି ଏହି ବିଷୟକୁ ନେଇ ଆମେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଦରକାର। ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣିବାର ଆବଶ୍ୟକତା ଅଛି ଯାହା ଫଳରେ ଓଡିଶା ବୈଭବଶାଳୀ ଓ ବିକଶିତ ଓଡ଼ିଶା ଗଠନ ହୋଇପାରିବ। ଆମର ବୈଭବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସାମ୍ବାଦିକ ବନ୍ଧୁମାନେ ଆଗାମୀ ଦିନରେ ନିରନ୍ତର ପ୍ରୟାସ ଜାରି ରଖିବେ। ୨୦୩୬ ଓ ୨୦୪୭ ସମୟ ଅବଧି ମଧ୍ୟରେ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ ତିଆରି କରିବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବଡ ଭୂମିକା ରହିବ। ଅଧିକାର ସେତେବେଳେ ପୂରା ହେବ, ଯେତେବେଳେ ଜଣେ ଦାୟିତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଭାବାନ ଯୁବ ସାମ୍ବାଦିକମାନଙ୍କୁ ସାମ୍ବାଦିକ ପୁରସ୍କାରରେ ସମ୍ମାନିତ କରିଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

Indian Railways Celebrates Excellence at the 69th Ati Vishisht Rail Seva Puraskar 2024

Next

ଶ୍ରୀ ଜଗନ୍ନାଥଙ୍କ ଜମି ଅକ୍ତିଆର ଉଦ୍ୟମ

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.