GovernanceMediaMore ଏମିତି ଚାଲିଛି ସରକାର, ଛୁଟି ସଂକ୍ରାନ୍ତ ସରକାରୀ ନିର୍ଦେଶ ପାଳନ କରିନାହାନ୍ତି ଅନେକ ଶିକ୍ଷାନୁଷ୍ଠାନ By ସଂକ୍ଷିପ୍ତ ଖବର May 8, 2025 1 Min Read Comments Off on ଏମିତି ଚାଲିଛି ସରକାର, ଛୁଟି ସଂକ୍ରାନ୍ତ ସରକାରୀ ନିର୍ଦେଶ ପାଳନ କରିନାହାନ୍ତି ଅନେକ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର:8/5- ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୨୫ ଅପ୍ରେଲ ୨୨ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଇତି ମଧ୍ୟରେ 17 ଦିନ ବିତି ଯାଇଥିବା ବେଳେ କେତେକ ଶିକ୍ଷାନୁଷ୍ଠାନ ସରକାରୀ ନିର୍ଦେଶ ପାଳନ କରି ନ ଥିବା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଛନ୍ତି। ତଦାରଖ ଅଭାବରୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିବା ଆଜି ବିଭାଗ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି । ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନ ଛୁଟି କରାଯାଇନଥିବା ନେଇ ନିୟମର ଉଲ୍ଲଙ୍ଘନ ହୋଇଥିବା ବିଭାଗର ଦୃଷ୍ଟିଗୋଚର ହୋଇଛି। ଏନେଇ ଏକ ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାକୁ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେଉଁଠାରେ ସରକାରୀ ନିର୍ଦ୍ଦେଶନାମା ପାଳନ କରାଯାଉନଥିବା ଦୃଷ୍ଟିଗୋଚର ହୁଏ ତେବେ ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।