ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

ଭୁବନେଶ୍ୱର:୨୫/୫-ସୋମବାର ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବାରୁ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏହା ସେ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଇସ୍ତଫା ପତ୍ରରେ ଶ୍ରୀ ସାମନ୍ତରାୟ ଉଲ୍ଲେଖ କରିଛନ୍ତି ଯେ ସେ ଦଳର ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ଥିଲେ। ତାଙ୍କୁ ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଥିଲା ସେ ତାହାକୁ ପ୍ରତିବଦ୍ଧତାର ସହିତ ସଂପାଦନ କରିଥିଲେ। ଦଳ ଆଉ ତାଙ୍କ ସେବା ଆବଶ୍ୟକ କରୁନାହିଁ ବୋଲି ସେ ଅନୁଭବ କରି ସେ ଏଭଳି ଏକ କଠିନ ନିଷ୍ପତ୍ତି ନେଇଛନ୍ତି।

