Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceLiteratureMediaMore

ଗପର ଚରିତ୍ରରେ ଭିଜିଗଲେ ଗପ କାଳଜୟୀ ହୋଇଥାଏ

By ସଂକ୍ଷିପ୍ତ ଖବର
July 13, 2025 3 Min Read
Comments Off on ଗପର ଚରିତ୍ରରେ ଭିଜିଗଲେ ଗପ କାଳଜୟୀ ହୋଇଥାଏ

-ସମରେନ୍ଦ୍ର ବଳିଆରସିଂହଙ୍କ ଗଳ୍ପ ସଂକଳନ  ‘ମତେ ନାୟିକା କରିନିଅ’ ଲୋକାର୍ପିତ

-ଅବଧୂତଙ୍କ ୨୪ ଗୁରୁ ଭଳି ସାଧାରଣ କଥାରୁ ଗପର ପ୍ଲଟ୍ ମିଳେ

ଖୋର୍ଦ୍ଧା: ୧୩/୭-ଗପର କିଛି ଭାଗ ମାପ ନ ଥାଏ। ଅବଧୂତଙ୍କ ଚବିଶ ଗୁରୁ ଭଳି ସାଧାରଣ କଥାରୁ ବି ଗପର ଖିଅ ବା ପ୍ଲଟ୍ ମିଳିଥାଏ । ଏଥିରେ ଦୃଷ୍ଟିକୋଣ ହେଉଛି ଗୁରୁତ୍ୱପୂର୍ଣ୍ଣ। ପୁଣି ବର୍ତ୍ତମାନର ପାଠକ ବା ନୂଆପିଢିଙ୍କୁ ଆକର୍ଷିତ କରିବା ପାଇଁ ସେହିଭଳି ଉପାଦାନ ଦେବାକୁ ପଡ଼ିବ। ରବିବାର ଅପରାହ୍ନରେ ଜଣାଶୁଣା ଗାଳ୍ପିକ ତଥା ସ୍ତମ୍ଭକାର ସମରେନ୍ଦ୍ର ବଳିଆରସିଂହଙ୍କ ଗଳ୍ପ ସଂକଳନ ‘ମତେ ନାୟିକା କରିନିଅ’ର ଲୋକାର୍ପଣ ଉତ୍ସବରେ ଏହିଭଳି ମତବ୍ୟକ୍ତ କରିଛନ୍ତି ଉପସ୍ଥିତ ଅତିଥିମାନେ ।

ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ଶ୍ୟାମ ମାଧବ- ବାସନ୍ତୀ ଦେବୀ ପାଠାଗାର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ତଥା ଅନୁବାଦକ ସୁଭାଷ ଶତପଥୀ ନିଜ ଅଭିଭାଷଣରେ କହିଥିଲେ , ଭଲ ବହି ଜନ୍ମ ହେଲେ ଅମର ହେଇଯାଏ। ସମରେନ୍ଦ୍ର ବଳିଆରସିଂହଙ୍କ ଗଳ୍ପ ସଂକଳନରେ ସେହିଭଳି ଉପାଦାନ ରହିଛି । ଏହା ସବୁ ବର୍ଗର ପାଠକଙ୍କୁ ଛୁଇଁବ। ସାବଲୀଳ ଭାଷାରେ ଆଧୁନିକତାର ଛିଟା ସେଥିରେ ଅଛି। ମୁଖ୍ୟବକ୍ତା ବିଶିଷ୍ଟ ଗାଳ୍ପିକ ତଥା ସାମ୍ବାଦିକ ଏ.ଆର୍‌. ଦୀପଙ୍କର ଦାସ ନିଜ ବକ୍ତବ୍ୟରେ ଗପର ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ବନ୍ଧରେ ବିଷ୍ଳେଷଣ କରିଥିଲେ । ସେ କହିଥିଲେ ଗପର ଚରିତ୍ରରେ ଭିଜିଗଲେ ଗପ କାଳଜୟୀ ହୋଇଥାଏ। ଅନ୍ୟତମ ଅତିଥି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସାହିତ୍ୟିକ ରାଜକିଶୋର ପାଣିଗ୍ରାହୀ ଗଳ୍ପ ସଂକଳନ ବାବଦରେ ମତ ଦେଇ କହିଥିଲେ ଯେ, ଜୀବନକୁ ନିରେଖି ଦେଖି ତାହାର ମନସ୍ତାତ୍ୱିକ ବିଶ୍ଳେଷଣ କରିବାରେ ଗାଳ୍ପିକ ସିଦ୍ଧହସ୍ତ। ବିଶିଷ୍ଟ ଗାଳ୍ପିକ ସୁନୀଲ କୁମାର ବୋଷ ଗଳ୍ପ ସଂକଳନର ସମୀକ୍ଷା କରି କହିଥିଲେ, ଯୁବ ଗାଳ୍ପିକଙ୍କ ଭିଡ଼ ଭିତରେ ବେଶ୍ ବାରି ହେଇପଡ଼େ ସମରେନ୍ଦ୍ରଙ୍କ ଗପ । ଆମ ସାଂପ୍ରତିକ ସମୟର ଚିତ୍ର ସେଥିରେ ବହୁଦା ଚିତ୍ରିତ। ପେଶା ସାମ୍ବାଦିକତା ହେତୁ ତାଜା ଖବର ଭଳି ଖୁବ ସତେଜ ତାଙ୍କ ଗପର ଜଗତ। ୨୦୧୯ ମସିହାରେ ସମରେନ୍ଦ୍ରଙ୍କ ପ୍ରଥମ ଗଳ୍ପ ସଂକଳନ ‘ମନେଅଛି ତ’ ପ୍ରକାଶ ପାଇଥିଲା ବେଳେ ଏହା ଦ୍ୱିତୀୟ ଗଳ୍ପ ସଂକଳନ।

ବିଶିଷ୍ଟ ଗାଳ୍ପିକ ଅଧ୍ୟାପକ କୈଳାସ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ସମରେନ୍ଦ୍ର ବଳିଆରସିଂହ ନିଜ ଅଭିବ୍ୟକ୍ତି ପ୍ରକାଶ କରି କହିଥିଲେ, ମତେ ନାୟିକା କରିନିଅ ଗଳ୍ପ ସଂକଳନରେ ସନ୍ନିବେଶିତ ଗପଗୁଡ଼ିକ ପଢିଲେ ଲାଗିବ, ଯେମିତି ଆପଣ କଥା ହେଉଛନ୍ତି, ଗପସପ କରୁଛନ୍ତି, ଗପରେ ସେହିଭଳି ବର୍ଣ୍ଣନା । କ୍ଲିଷ୍ଟ ଶବ୍ଦରେ ଭାରାକ୍ରାନ୍ତ ହେବାର ନାହିଁ, ହାଲ୍‌କା ଫୁଲ୍‌କା ଭାବେ ପାଠକ ଗପଗୁଡ଼ିକର ମଜା ନେଇପାରିବେ । କିଛି ଗପ ଭାବପ୍ରବଣ କରିପାରେ ା କାରଣ ଜୀବନର ନିଷ୍ଠୁର ସତ୍ୟ ବାବଦରେ ଗପର କାହାଣୀ ଗତିଶୀଳ ହୋଇଛି । ୧୧୨ ପୃଷ୍ଠାର ଏ ବହିରେ ସମୁଦାୟ ୪୦ଟି ଗପ ରହିଛି । ପ୍ରଥମ ଗପ ଶ୍ୟାମଳୀ ଘରେ ନାହିଁକି ? ଶେଷ ଗପ ନିର୍ଜୀବ। ଅନେକ ଗପର କାହାଣୀରେ ପ୍ରେମ ସଂପର୍କ ସହ ପରକୀୟା ପ୍ରସଙ୍ଗ ଅଛି। ଆଜିର ସ୍ମାର୍ଟଫୋନ୍ ଯୁଗରେ କିଭଳି ଅନାମ ସଂପର୍କ ବେଶୀ ବେଶୀ ଗଢିଉଠୁଛି, ତାହା ସେଥିରେ ରହିଛି । ସତ୍ୟତାର କାହାଣୀ ସହ କଳ୍ପନାର ସଂଯୋଗ ହୋଇଛି ଏହି ସଂକଳନରେ।

ବିଭିନ୍ନ ପତ୍ରପତ୍ରିକାରେ ପୂର୍ବରୁ ପ୍ରକାଶିତ ହୋଇଥିବା ଗପଗୁଡ଼ିକୁ ପୁସ୍ତକାକାରରେ ପ୍ରକାଶ କରିଛନ୍ତି ବିଶିଷ୍ଟ ଲେଖକ ତଥା ପ୍ରକାଶକ କନିଷ୍କ ଶ୍ରୀଚରଣ ପ୍ରତାପ । ଏହି ଅବସରରେ ବହିର ବିସ୍ତୁତ ସମୀକ୍ଷା କରିଥିଲେ ଖୋର୍ଦ୍ଧା ମହିଳା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ. ସସ୍ମିତା ପଟ୍ଟନାୟକ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଗାଳ୍ପିକ ତପନ ମହାପାତ୍ର, ସାହିତ୍ୟିକ ଗୋପାଳକୃଷ୍ଣ ଦାସ, ଡ. ପ୍ରମୋଦ ଚନ୍ଦ୍ର ଦାଶ, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସମାଜସେବୀ କୃଷ୍ଣଚନ୍ଦ୍ର ହରିଚନ୍ଦନ, କବି ଗୋବିନ୍ଦ ଚନ୍ଦ୍ର ମହାରଣା, ଗାଳ୍ପିକ ଚିନ୍ମୟ ରଂଜନ ସାହୁ, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଗୋପାଳ ଚନ୍ଦ୍ର ସାମନ୍ତରାୟ, ସାମ୍ବାଦିକ ଲୋହିତ ମହାପାତ୍ର, ଅନୁବାଦକ ଆଶିଷ କୁମାର ରାୟ, କବି ରଶ୍ମୀତା ନାୟକ, ଡ. ବୃନ୍ଦାବନ ପଣ୍ଡା, କବି ନିଶିକାନ୍ତ କହଲସିଂହ, ଗାଳ୍ପିକ ଚିନ୍ମୟ ରଂଜନ ସାହୁ, ଅଧ୍ୟାପିକା ପ୍ରିୟଦର୍ଶିନୀ ମହାରଣା ପ୍ରମୁଖ ଗଳ୍ପ ସଂକଳନ ସର୍ମ୍ପକରେ ନିଜର ସଂକ୍ଷିପ୍ତ ମତ ରଖିଥିଲେ। ଅବସରପ୍ରାପ୍ତ ଫ୍ଲାଇଟ୍ ଲେଫ୍ଟନାଂଟ ବିଦ୍ୟାଧର ଲେଙ୍କା, ଜ୍ୟୋତିରଂଜନ ସାହୁ, ଧର୍ମେନ୍ଦ୍ର ସାମନ୍ତରାୟ, ସମ୍ଭବ ବଳିଆରସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦର ସମ୍ପାଦିକା ସମାଜସେବୀ ଇତିଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ମନମୋହନ ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପି ସଭାପତି, ନାମ ଘୋଷଣା ମଙ୍ଗଳବାର

Next

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.