GovernanceMediaMore ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ By ସଂକ୍ଷିପ୍ତ ଖବର June 30, 2025 2 Min Read Comments Off on ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଭୁବନେଶ୍ୱର:30/6-ବିଏମସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି ସେ ସମ୍ପର୍କରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହା ଫେଲ୍ ମାରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଆଜି ବିଏମସି ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ୬/୭ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେପିର କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲା। ଏହି ଘଟଣାର ପ୍ରଚ୍ଛଦପଟରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନ ରହିଥିବା ଅଭିଯୋଗ ହୋଇଛି। ଏହା ସ୍ପଷ୍ଟ ଦର୍ଶାଉଛି ରାଜ୍ୟରେ ଅରାଜକତା ସୀମା ଟପିଲାଣି। ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ନିତିଦିନିଆ ଘଟଣା ହେଲାଣି। ଗୃହ ବିଭାଗକୁ ନିଜ ପାଖେ ରଖିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ରାଜ୍ୟରେ କାହିଁକି ଏଭଳି ସ୍ଥିତି ଉପୁଜୁଛି ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେଡି କହିଛି ସରକାରୀ କାର୍ଯ୍ୟାଳୟରେ ପଶି, ସରକାରୀ ଅଧିକାରୀଙ୍କୁ ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିବା ବି କ’ଣ ବିଜେପି ସରକାରର ଉପଲବ୍ଧି କି? ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଅଘଟଣକୁ ନେଇ ସରକାର ତୀବ୍ର ସମାଲୋଚନାର ଶିକାର ହେବା ଯୋଗୁଁ ଏହି ପ୍ରସଙ୍ଗ ଉପରୁ ଲୋକଙ୍କ ନଜର ଏଡାଇବା ପାଇଁ ଏଭଳି ଅଫିସରଙ୍କ ଉପରେ ଆକ୍ରମଣକୁ ଅସ୍ତ୍ର କରାଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।