Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

More

ଗଣତନ୍ତ୍ର ଓ ସାମ୍ବାଦିକ ଉଭୟ ଅସୁରକ୍ଷିତ, ଅବସ୍ଥା ପାଇଁ ଆମେ ଦାୟୀ-ଭାଷାବିତ୍‍ ଦେବୀ ପ୍ରସନ୍ନ ପଟ୍ଟନାୟକ

By ସଂକ୍ଷିପ୍ତ ଖବର
December 8, 2024 3 Min Read
Comments Off on ଗଣତନ୍ତ୍ର ଓ ସାମ୍ବାଦିକ ଉଭୟ ଅସୁରକ୍ଷିତ, ଅବସ୍ଥା ପାଇଁ ଆମେ ଦାୟୀ-ଭାଷାବିତ୍‍ ଦେବୀ ପ୍ରସନ୍ନ ପଟ୍ଟନାୟକ

‘ବୀର କଳିଙ୍ଗ’ର ସ୍ୱନକ୍ଷତ୍ର ଉତ୍ସବ

ସମ୍ବାଦପତ୍ର ସାମ୍ବାଦିକତାକୁ ଆଦର୍ଶଗତ ଭାବେ ନ ନେବା ପର୍ଯ୍ୟନ୍ତ ସାମ୍ବାଦିକ ସୁରକ୍ଷିତ ରହିବା ଅସମ୍ଭବ: ପ୍ରଭାସ ଆଚାର୍ଯ୍ୟ

ଭୁବନେଶ୍ୱର:୮/୧୨/୨୦୨୪-ଗଣତନ୍ତ୍ର ଅସୁରକ୍ଷିତ ହୋଇପଡ଼ିଛି। ସାମ୍ବାଦିକଙ୍କ କଥା ବୁଝୁଛି କିଏ? ସାମ୍ବାଦିକମାନେ ସୁରକ୍ଷିତ ହୋଇ ରହିବେ କେଉଁଠିି? ସାମ୍ବାଦିକ ଓ ଗଣତନ୍ତ୍ରର ଏଭଳି ଅବସ୍ଥା ପାଇଁ ଆମେ ନିଜେ ଦାୟୀ। ସରୋଜ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦନାରେ ଦୀର୍ଘ ୨୦ବର୍ଷ ଧରି ପ୍ରକାଶ ପାଉଥିବା ସାପ୍ତାହିକ ଓଡ଼ିଆ ସମ୍ବାଦପତ୍ର ‘ବୀର କଳିଙ୍ଗ’ର ସ୍ୱନକ୍ଷତ୍ର ଓ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ‘ଆଜିର ଗଣତନ୍ତ୍ରରେ ସାମ୍ବାଦିକ କେତେ ସୁରକ୍ଷିତ’ ବିଷୟ ଉପରେ ଆଲୋଚନା କରି ଏହି ମତ ରଖିଛନ୍ତି ବିଶିଷ୍ଟ ଭାଷାବିତ୍‍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ।
ଓଡ଼ିଆ ଭାଷା ସାହିତ୍ୟର ବିକାଶକୁ ନେଇ ସେ କହିଥିଲେ, ଓଡ଼ିଆ ସଂସ୍କୃତି ଓ ଅସ୍ମିତା କଥା କହି ମାତୃଭାଷା ସମ୍ପର୍କରେ ଭାଷଣ ଦେଉଥିବା ଲୋକମାନେ ସେମାନଙ୍କ ସନ୍ତାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି। ଏଥିରେ ଓଡ଼ିଆ ଭାଷାର ଉନ୍ନତି କିଭଳି ହେବ? ପିଲାଙ୍କୁ ଓଡ଼ିଆ ଭାଷାରେ ପଢ଼େଇବା ନେଇ ଉପଯୁକ୍ତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ।

ଦୈନିକ ସମ୍ବାଦପତ୍ର ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ଼ଃ ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ଉଦଘାଟନ କରି କହିଥିଲେ, ଡିଜିଟାଲ ମିଡିଆ ଯେଉଁଭଳି ସମ୍ବାଦ ପରିବେଷଣ କରୁଛି ଖବରକାଗଜ ସେଭଳି କରିପାରିବ ନାହିଁ। ଜଣେ ଲୋକ ଖବରକାଗଜ ପ୍ରକାଶ କରିବା ସମ୍ଭବ ନୁହେଁ। ଏଥିପାଇଁ ଏକାଧିକ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି। ଏବେ ଖବରକାଗଜ ତିଷ୍ଠି ରହିବାର ଆହ୍ୱାନ ଆସିଛି। ସାମ୍ବାଦିକଙ୍କ ସୁରକ୍ଷା ଗଣମାଧ୍ୟମର ମୂଳଦୂଆ କେତେ ସୁରକ୍ଷିତ ତା ଉପରେ ନିର୍ଭର କରୁଛି। ଗୋଟିଏ ଖବରକାଗଜ ଛାପିବାକୁ ୧୨ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଲୋକଙ୍କୁ ୭ଟଙ୍କାରେ ଯୋଗାଇ ଦିଆଯାଉଛି। ଅଧିକ ଖର୍ଚ୍ଚ ହେଉଥିବା ୫ଟଙ୍କା ପାଇଁ ବିଜ୍ଞାପନ ଏକମାତ୍ର ମାଧ୍ୟମ। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଡିଏଭିପି ଏଥିରୁ କିଛି ଭରଣା କରିଥାଆନ୍ତି। ମନ୍ତ୍ରୀ, ବିଧାୟକ, ଅମଲାତନ୍ତ୍ର ଯାହା ବିରୋଧରେ ଖବର ପ୍ରକାଶ ପାଇବ ସେମାନେ ଆକ୍ରମଣ ପାଇଁ ତୟାର। ବିଜ୍ଞାପନ ମିଳିବ କିପରି?
ସାମ୍ବାଦିକତାକୁ ପେଶା ଏବଂ ନିଶା ଆକାରରେ ଗ୍ରହଣ କରାଯିବା ଉଚିତ। ନୀତି, ନିୟମକୁ ଜଳାଞ୍ଜଳି ଦେଇ ଯେଉଁମାନେ ଖବରକାଗଜ କରୁଛନ୍ତି ସେମାନେ ଚଳିଯାଉଛନ୍ତି। ନୀତି, ନିୟମ ଆଦର୍ଶ ଧରି ଚାଲିଲେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ବିଜ୍ଞାପନ ପ୍ରକାଶନରେ ଆଦର୍ଶକୁ ଗୁରୁତ୍ୱ ଦେଇ ‘ସମାଜ’ ଅନେକ ବିଜ୍ଞାପନ ପ୍ରକାଶ କରେ ନାହିଁ। ଫଳରେ ବାର୍ଷିର୍କ ଦେଢ଼କୋଟି ଟଙ୍କା ହରାଇବାକୁ ହୁଏ। ଏହି ନୀତି ନିୟମ ଓ ଆଦର୍ଶକୁ ନେଇ ଖବରକାଗଜ କଲେ ତାହା ଖବରକାଗଜ ପ୍ରକାଶନ ପାଇଁ ଏକ ନୂଆ ଚାଲେଞ୍ଜ ଭାବେ ଦେଖାଦିଏ। ବ୍ୟବସାୟୀ ଗୋଷ୍ଠୀ ପ୍ରକାଶ କରୁଥିବା ଖବରକାଗଜ ଚଳେଇ ନେବାରେ ଅସୁବିଧା ହୁଏ ନାହିଁ।ସାମ୍ବାଦିକ ସୁରକ୍ଷିତ ବୋଲି କହି ହେବ ନାହିଁ। ଯେଉଁମାନେ ଲକ୍ଷ୍ମଣରେଖା ଡେଇଁ ବାହାରକୁ ଆସିବେ ସେମାନେ ଅସୁରକ୍ଷିତ ହେବେ।


ଏବେ ସାମ୍ବାଦିକତା ଗଣତନ୍ତ୍ରର ଚାରିଛକିରେ ପହଞ୍ôଚଛି। ଯେତେଦିନ ପର୍ଯ୍ୟନ୍ତ ସମ୍ବାଦପତ୍ରଗୁଡ଼ିକ ସାମ୍ବାଦିକତାକୁ ଆଦର୍ଶଗତ ଭାବେ ନ ନେଇଛନ୍ତି ସାମ୍ବାଦିକ ସୁରକ୍ଷିତ ରହିବା ଅସମ୍ଭବ। ଏବେ ଛୋଟ ଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମୁଦ୍ରିତ ଗଣମାଧ୍ୟମର ଦାୟିତ୍ୱ ମଧ୍ୟ ଅଧିକ। ଡିଜିଟାଲ ମିଡିଆର ଏକଚାଟିଆ କରବାର ଛାପା ଗଣମାଧ୍ୟମରେ ହୋଇପାରିବ ନାହିଁ। ସେମାନେ ଯାହା ପ୍ରକାଶ କରିବେ ତାକୁ ଲିଭେଇ ଦେଇପାରିବେ। ଯାହା ଛାପା ଗଣମାଧ୍ୟମରେ ସମ୍ଭବ ନୁହେଁ। ଥରେ ଛପା ଅକ୍ଷରରେ ପ୍ରକାଶ ପାଇଲେ ତାହା ଶହ ଶହ ବର୍ଷ ରହିଯିବ। ଅଦାଲତରେ ବି ଗ୍ରହଣଯୋଗ୍ୟ ହେବ। ବିଳମ୍ବିତ ରାତିରେ ଖବରକାଗଜ ଛପା ଯିବା ଠାରୁ ପୁନର୍ବାର ପରଦିନର ସମ୍ବାଦପତ୍ର ପାଇଁ ଖବର ପ୍ରଦାନ ମଧ୍ୟରେ ପ୍ରାୟ ୧୨ ଘଣ୍ଟା ବ୍ୟବଧାନ ରହେ। ଯେଉଁ ସମୟ ଭିତରେ ଘଟୁଥିବା ଘଟଣା ଟେଲିଭିଜନ ଚାନେଲ, ରେଡିଓ ଏବଂ ୟୁ ଟ୍ୟୁବରେ ମିଳିଥାଏ। ତେବେ ମୁଦ୍ରିତ ଖବରକାଗଜର ଦାୟିତ୍ୱ ଅଧିକ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ପ୍ରମୁଖ ଏହି ବିଷୟ ଉପରେ ଆଲୋଚନା କରିଥିଲେ।
ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ଦୀର୍ଘ ୨୦ବର୍ଷ ଧରି ଖବରକାଗଜ ପ୍ରକାଶନରେ ଦେଖାଦେଇଥିବା ସମସ୍ୟା ଉପସ୍ଥାପନ କରିଥିଲେ। ତାଙ୍କ ପିତା, ମାତା ଓ ଶାଶୁଙ୍କ ସହଯୋଗ କଥା କହିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଆଖି ଛଳଛଳ ହୋଇପଡିଥିଲା ଏବଂ କଣ୍ଠ ବାଷ୍ପରୁଦ୍ଧ ମନେହେଉଥିଲା।
ସମାବେଶରେ ଅଧ୍ୟକ୍ଷତା କରିଥିଲେ ପ୍ରତିକାର ମୁଖ୍ୟ ସମ୍ପାଦିକା ଡ଼ଃ ସରୋଜିନୀ ପାଣି । ପରିଚାଳନା ସମ୍ପାଦିକା ଡ଼ଃ ହିମାଦ୍ରୀ ତନୟା ମିଶ୍ର ଉପସ୍ଥିତ ଥିଲେ। ମଞ୍ଚ ଉପସ୍ଥାପନା କରିଥିଲେ ଅନୁପମା ଦାଶ ଓ ରୋଜାଲିନ ଜେନା। ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଗୀତା ମିଶନର ସଭାପତି ଡକ୍ଟର ସ୍ୱାମୀ ଚିଦାନନ୍ଦ ମହାରାଜଙ୍କୁ ବୀର କଳିଙ୍ଗ ରତ୍ନ ସମ୍ମାନ, କବି, ଲେଖିକା ଓ ସଂଗଠକ ମନିଷା ଶତପଥିଙ୍କୁ ବୀର କଳିଙ୍ଗ ଗୌରବ ସମ୍ମାନ, ସୁସାହିତ୍ୟିକା ସମାଜସେବୀ ଶୁଭଶ୍ରୀ ପଟ୍ଟନାୟକଙ୍କୁ ବୀର କଳିଙ୍ଗ ପ୍ରତିଭା ସମ୍ମାନ, ଝାଡ଼ଖଣ୍ଡର ଓଡ଼ିଆ ଭାଷା ପ୍ରଚାରକ ଓ ଲେଖକ ସନ୍ତୋଷ କୁମ୍ଭକାରଙ୍କୁ ନବୀନ କଳା ସ୍ମୃତି ସମ୍ମାନ, ଘାସିରାମ ଖିଲୋଙ୍କୁ ବିଜନେସ ଆଇକନ ଆୱାର୍ଡ, ଦୀନକୃଷ୍ଣ ଦାଶଙ୍କୁ ଡାକ୍ତର ଚିନ୍ତାମଣି ସ୍ମୃତି ସମ୍ମାନ, ସୂର୍ଯ୍ୟମଣି ସାମଲଙ୍କୁ ବୀର କଳିଙ୍ଗ ଶିକ୍ଷାବିତ୍‍ ସମ୍ମାନ, ତ୍ରୈଲୋକ୍ୟନାଥ ଗାହାଣଙ୍କୁ କୁଶଳୀ ବୁଣାକାର ସମ୍ମାନ, କାହୁ ଚରଣ ମିଶ୍ରଙ୍କୁ ବୀର କଳିଙ୍ଗ ସାରସ୍ୱତ ସମ୍ମାନ, ସାମ୍ବାଦିକ ଓ କବି ରବିପ୍ରିୟ ଦାଶଙ୍କୁ କଳିଙ୍ଗ ସାମ୍ବାଦିକ ଗୌରବ ସମ୍ମାନ ଏବଂ ସଫଳ ବ୍ୟବସାୟୀ ଓ ସଂଗଠକ ରୀତା ଦାସଙ୍କୁ କଳିଙ୍ଗ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ଓ ବେଦ ପାଠ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ‘ବୀର କଳିଙ୍ଗ’ର ସ୍ୱତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚରେ ଚିତାକର୍ଷକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ସଭାରେ ବହୁ ସଂଖ୍ୟାରେ ସାହିତ୍ୟିକ, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ଶୁଭେଛୁ ଉପସ୍ଥିତ ଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

କୃଷି ଭବନରେ ନୋବେଲ ବିଜେତା ପ୍ରଫେସର ଡ଼ କ୍ରେମର

Next

ରାଜ୍ୟସଭା ସାଂସଦ ପଦ ପାଇଁ ସୁଜିତ୍ କୁମାରଙ୍କ ନାମାଙ୍କନ ପତ୍ର ଦାଖଲ

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.