Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

More

ଆରମ୍ଭ ହେଲା କଟକ ବାଲିଯାତ୍ରା

By ସଂକ୍ଷିପ୍ତ ଖବର
November 16, 2024 4 Min Read
Comments Off on ଆରମ୍ଭ ହେଲା କଟକ ବାଲିଯାତ୍ରା

-୧୪ଟି ଦେଶର ଆମ୍ବାସାଡର ଓ ହାଇକମିଶନରଙ୍କ ଯୋଗଦାନ

-ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ ସବୁ ଦୃଷ୍ଟିକୋଣରୁ ବାଲିଯାତ୍ରାର ବୈଶିଷ୍ଟ୍ୟ ରହିଛି

-କଟକବାସୀ ଯେପରି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳୁନାହିଁ

-ମହାନଦୀ ରିଭର ଫ୍ରଣ୍ଟ ବିକାଶ ପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଘୋଷଣା, ସମୁଦାୟ ୨୦୦ କୋଟି

ଭୁବନେଶ୍ବର: ୧୫ ନଭେମ୍ବର ୨୦୨୪

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକରେ ପ୍ରସିଦ୍ଧ ଓ ଉତ୍ସାହରେ ଭରପୁର ବାଲିଯାତ୍ରା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ।
ସେ କହିଥିଲେ,କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା।ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ଏହା ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି।
କଟକ ସହରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏଥିପାଇଁ ଆମ ସରକାର ଅନେକ ଯୋଜନା କରିଛନ୍ତି। ସାବରମତି ରିଭର ଫ୍ରଣ୍ଟ ପ୍ରକଳ୍ପ ଅନୁରୂପ କଟକରେ ମଧ୍ୟ ମହାନଦୀରେ ବିଶ୍ୱ ସ୍ତରୀୟ ରିଭର ଫ୍ରଣ୍ଟର ବିକାଶ କରାଯିବ। ମହାନଦୀ ରିଭର୍ ଫ୍ରଣ୍ଟ ର ବିକାଶ ପାଇଁ ପୂର୍ବ ରୁ ବଜେଟ୍ରେ ୫୦ କୋଟି ଟଙ୍କାର ପ୍ରାବଧାନ ଥିଲା ଆଜି ଏହି ମଞ୍ଚରେ ଏଥିପାଇଁ ଆଉ ଅଧିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଣିକି ସମୁଦାୟ ୨୦୦ କୋଟି ବଜେଟ୍ ବ୍ୟବସ୍ଥାରେ ଉଭୟ କଟକ ଓ ସମ୍ବଲପୁର ମହାନଦୀ ରିଭର ଫ୍ରଣ୍ଟର ବିକାଶ କରାଯିବ। କଟକ ସହରର ରାସ୍ତାଘାଟର ବିକାଶ ହେବ ଏବଂ ଏକ ଆଧୁନିକ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଭୁବନେଶ୍ୱରରୁ କଟକକୁ ମେଟ୍ରୋ ରେଳସେବା ସହିତ ଯୋଡାଜିବ। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବା ପାଇଁ ଉଦ୍ୟମ କରାଯିବ। କଟକ ସହର ଆମ ଐତିହ୍ୟର ବାର୍ତ୍ତାବହ। ଏହାକୁ ଏକ ସୁନ୍ଦର ଓ ଆଧୁନିକ ସହରରେ ପରିଣତ କରାଯିବ।

ଓଡିଶାର ବିକାଶ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସେ ମତ ଦେଇ ସେ କହିଲେ ଯେ, ଏବେ ଓଡିଶାରେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରେଳ ଓ ସଡକ ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ହୋଇଛି। ବିମାନପଥରେ ମଧ୍ୟ ବ୍ୟାପକ ସୁଯୋଗର ସୃଷ୍ଟି ହେଉଛି। ଆଜି ବିମାନ ଚାଳନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କଟକ ବାଲିଯାତ୍ରା ହେଉଛି ଆମ ଓଡିଶାର ସବୁଠାରୁ ପ୍ରସିଦ୍ଧ ଉତ୍ସବ ମାନଙ୍କ ମଧ୍ୟରେ ଅନ୍ୟତମ। କଟକ ସହରର ଗର୍ବ ଓ ଗୌରବ। ହଜାର ବର୍ଷର ସହର ହେଉଛି କଟକ। କଟକର ପ୍ରତିଟି ମାଟି କଣିକାରେ ଭରି ରହିଛି ଗୌରବମୟ ଐତିହ୍ୟର ବାସ୍ନା। ଏ ସହର ହେଉଛି ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ସହର। ଆଧୁନିକତାର ଚାକଚକ୍ୟରେ କଟକସହରବାସୀ ଯାହାଙ୍କୁ ଶ୍ରଦ୍ଧାରେ ‘କଟକିଆ’ ବୋଲି କୁହାଯାଏ ଏହି ଭାଇଚାରାକୁ ଉଜ୍ଜୀବିତ କରି ରଖିଛନ୍ତି, ଯାହା ଆଜିକାଲି ଦେଖିବାକୁ ମିଳେନାହିଁ।
ସେ କହିଥିଲେ ଯେ, ହଜାରେ ବର୍ଷର ବିଶ୍ଵ ପ୍ରସିଦ୍ଧ ‘ବାଲି ଯାତ୍ରା’ କୁ ସେ ଅନେକ ଥର ଆସିଛନ୍ତି। କିନ୍ତୁ, ରାଜ୍ୟର ଶାସନ ମୁଖ୍ୟ ଭାବେ ସାମିଲ ହୋଇଥିବାରୁ ସେ ବହୁତ ଖୁସି। ଓଡ଼ିଶାର ପୂର୍ବନାମ କଳିଙ୍ଗ । କଳିଙ୍ଗର ମହାନ ନୌବାଣିଜ୍ୟ ପରମ୍ପରା ବେଶ୍ ପ୍ରାଚୀନ । ଯାହାର ନୌବାଣିଜ୍ୟିକ ଇତିହାସ ଏ ମାଟିର ବୀର ସାଧବପୁଅମାନଙ୍କର ଦୁଃସାହସିକ ଜଳଯାତ୍ରା ସହ ପୃଥ‌ିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କରେ । କଳିଙ୍ଗର ସାହସୀ ସାଧବମାନେ ସାମୁଦ୍ରିକ ଝଡଝଞ୍ଜାକୁ ଭୃକ୍ଷେପ ନ କରି ସାତ ସମୁଦ୍ର ତେର ନଈ ପାର ହୋଇ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭିଏତନାମ ପ୍ରଭୃତି ଦ୍ବୀପ ଓ ଦେଶମାନଙ୍କୁ ଯାଇ ବେପାର ବଣିଜ କରୁଥିଲେ । ଆପଣମାନେ ଜାଣି ଖୁସି ହେବେ ଯେ ଏହି ସବୁ ଦେଶରେ ଆଜି ମଧ୍ୟ ଓଡିଆ ସଂସ୍କୃତି ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳେ।

ଆଜି ଆମେ ଏକ ନୂତନ ଯୁଗରେ ପ୍ରବେଶ କରିଛୁ। ସମୟର ସହିତ ତାଳଦେଇ ଆମେ ବିକାଶ ପଥରେ ଅଗ୍ରସର ହେଉଛୁ। ଗତ ପ୍ରାୟ ସତୁରୀ ବର୍ଷ ହେବ ଓଡିଶା ଏକ ଅବହେଳିତ, ପଛୁଆ ରାଜ୍ୟ ଭାବେ ଦେଶରେ ଜଣାଶୁଣା ଥିଲା। ଗତ ୨୪ ବର୍ଷରେ ବିକାଶ ନାଁ ରେ ଯେଉଁ ଭେଳିକି ଦେଖା ଯାଇଥିଲା, ତାହାର ଗୁମର ଗୋଟିଏ ପରେ ଗୋଟିଏ ଫିଟିବାକୁ ଲାଗିଲାଣି। ଆଧୁନିକ ଓଡିଶାର ରାଜନୈତିକ ଇତିହାସରେ ଜୁନ ୧୨ ତାରିଖ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କାରଣ ଏହିଦିନ ଏକ ଲୋକାଭିମୁଖୀ ସରକାର, ଲୋକଙ୍କ ସରକାର ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ରାଜ୍ୟର ସାଧାରଣ ଜନତାଙ୍କ ସେବାରେ ଉତ୍ସର୍ଗୀକୃତ। ଆମ ସରକାର ବିକାଶ ସହିତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବଦ୍ଧପରିକର।
ଆପଣମାନଙ୍କ ଏହି ସ୍ଵପ୍ନକୁ ସାର୍ଥକ କରିବା ପାଇଁ ସରକାର ଆକ୍ସନ ମୋଡରେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଦୁର୍ନୀତି ନିବାରଣ ସହିତ ବିକାଶ ହେଉଛି ଆମର ସରକାରଙ୍କ ମନ୍ତ୍ର।
ଆଜିଠାରୁ ହେଉଥିବା ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ଯବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକଙ୍କୁ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ବିକାଶର ଗତି ତ୍ୱରାନ୍ୱିତ ହୋଇଛି ବୋଲି ମତ ଦେଇ ସେ କହିଲେ ଯେ, ସ୍ୱାଧୀନତା ପରେ ଦେଶର ଅର୍ଥନୀତି ଧିରେ ଧିରେ ଆଗକୁ ବଢି ଚାଲିଥିଲା। ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରଠାରୁ ଦେଶ ସବୁ କ୍ଷେତ୍ରରେ ଦୃତ ଗତିରେ ଅଗ୍ରଗତି କରି ଚାଲିଛି। ଦେଶର ଅର୍ଥନୀତି ୨ ଟ୍ରିଲିଅନ ଡଲାରରୁ ଆସି ୪ ଟ୍ରିଲିଅନ ଡଲାର ରେ ପହଞ୍ଚିଲାଣି। ଆଉ କିଛି ବର୍ଷ ମଧ୍ୟରେ ଆମର ଅର୍ଥନୀତି ୫ ଟ୍ରିଲିଅନ ଡଲାରରେ ପହଞ୍ଚିବ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଆମ ଅର୍ଥନୀତିର ବିକାଶରେ ବନ୍ଦର ଓ ବନ୍ଦରଭିତ୍ତିକ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୋଦୀଜୀଙ୍କ ନେତୃତ୍ୱରେ ଦେଶ ନୌବାଣିଜ୍ୟ କ୍ଷେତ୍ରରେ, ବିଶେଷ କରି ପୂର୍ବ ଏସିୟ ଦେଶମାନଙ୍କ ସହିତ ବ୍ୟାପକ ନୌବାଣିଜ୍ୟ କାରବାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ୧୪ ଟି ଦେଶରୁ ଆସିଥିବା ରାଷ୍ଟ୍ରଦୂତମାନଙ୍କୁ ସ୍ମାରକୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ବାଲିଯାତ୍ରା ସ୍ମରଣିକା ଏବଂ ସାନ୍ତାଳୀ ଭାଷାରେ ମୁଦ୍ରିତ RBI ର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, କଟକ-ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ,କଟକ  ମେୟର ସୁବାଷ ଚନ୍ଦ୍ର ସିଂହ, ଇଷ୍ଟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ଜୟଦୀପ ମଜୁମଦାର କାର୍ଯ୍ୟକ୍ର ରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ। କଟକ ଜିଲାପାଳ ଦତା ତ୍ରେୟ ସିନ୍ଧେ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆର୍ ଡି ସି ଅନାମ ଚରଣ ପାତ୍ର ଧନ୍ୟବାଦ ଦେଇଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ଜନଜାତୀୟ ଗୌରବ ଦିବସ

Next

ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଉଦ୍ୟମ ହେବ-ରାଜ୍ୟପାଳ

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.