Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMediaMore

ସମୃଦ୍ଧ ଓଡ଼ିଶା ଗଠନ ଯାତ୍ରାରେ ଗଣମାଧ୍ୟମ ହେବ ଅପରିହାର୍ଯ୍ୟ ଅଂଶୀଦାର:ମୁଖ୍ୟମନ୍ତ୍ରୀ

By ସଂକ୍ଷିପ୍ତ ଖବର
October 15, 2025 5 Min Read
Comments Off on ସମୃଦ୍ଧ ଓଡ଼ିଶା ଗଠନ ଯାତ୍ରାରେ ଗଣମାଧ୍ୟମ ହେବ ଅପରିହାର୍ଯ୍ୟ ଅଂଶୀଦାର:ମୁଖ୍ୟମନ୍ତ୍ରୀ

‘ସମାଜ’ର ୧୦୬ ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର:୧୫/୧୦- ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୬ ତମ ସ୍ୱନକ୍ଷତ୍ର ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମାଜ ପରିବାର ସହ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ସେ ଭକ୍ତିପୂତ ପ୍ରଣାମ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଶେଷ ଭାବେ ଯେଉଁସବୁ ଅନୁଷ୍ଠାନ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲା ସେଥି ମଧ୍ୟରୁ ଯେ କୌଣସି ଅନୁଷ୍ଠାନ ପାଇଁ ଏକଶହ ବର୍ଷ ପୂରା କରିବା ଏକ ଗୌରବର ବିଷୟ। ଓଡ଼ିଶାରେ ବୋଧ ହୁଏ ସମାଜ ଏକମାତ୍ର ଦୈନିକ ଖବର କାଗଜ ଯାହା ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇ ଆସୁଛି। ଏହା କେବଳ ପ୍ରକାଶିତ ହୋଇ ଆସୁ ନାହିଁ ବରଂ ପାଠକଙ୍କ ମଧ୍ୟରେ ଏହାର ବିଶ୍ୱସନିୟତା ତଥା ଲୋକପ୍ରିୟତା ବଜାୟ ରଖିଛି। ଯାହା କମ କଥା ନୁହେଁ। ଏହି ଶହେ ବର୍ଷରେ ଖବରକାଗଜ ଦୁନିଆଁରେ ଅନେକ ଝଡ଼ଝଞ୍ଜା, ଅନେକ ଉତ୍ଥାନ ପତନ, ଅନେକ ଆହ୍ୱାନ ଆସିଛି। ବ୍ରିଟିଶ ସରକାରଙ୍କ କଟକଣା ଠାରୁ ଆରମ୍ଭ କରି ଇମର୍ଜେନ୍ସି ସମୟରେ ଗଣମାଧ୍ୟମରେ ଲାଗିଥିବା ଅଙ୍କୁଶ ସବୁକିଛି ଦେଖିଛି ସମାଜ। ସ୍ୱାଧୀନତା ପରବର୍ତ୍ତୀ ଭାରତର ପତ୍ୟେକ ସରକାର ଏବଂ ତାଙ୍କର କାର୍ଯ୍ୟକଳାପକୁ ଦେଖି ଖବର ପରିବେଷଣ କରିବା ସହିତ ସମ୍ପାଦକୀୟ ସ୍ତମ୍ଭ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇଛି।
ଅନେକଙ୍କ ଘରକୁ ହୁଏତ ଅନ୍ୟ ଖବର କାଗଜ ଆସୁଥିବ କିନ୍ତୁ ପ୍ରାୟ ଲୋକେ ପଚାରିଥାଆନ୍ତି, ସମାଜ ଆସିଲାଣି କି? ଚା ଦୋକାନ କି ବସ୍ କିମ୍ବା ଟ୍ରେନରେ ଯଦି କେହି କୌଣସି ଖବର କାଗଜ ପଢୁଥିବେ ଲୋକେ ମାଗନ୍ତି, ସମାଜ ଟା ଟିକେ ଦେବେ। ଏହା ହେଉଛି ବିଶ୍ୱସନୀୟତା। ଏହି ବିଶ୍ୱସନୀୟତାକୁ ବର୍ଷ ବର୍ଷ ଧରି ବଜାୟ ରଖିବା ଅତ୍ୟନ୍ତ କାଠିକର ପାଠ, କିନ୍ତୁ ସମାଜ ଏହା ପ୍ରମାଣ କରି ଦେଖାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ତାଙ୍କ ପଟ୍ଟଶିଷ୍ୟ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଭଳି ମହାନ ବ୍ୟକ୍ତିଙ୍କ ବିଚାର ଓ ଆଦର୍ଶ ‘ସମାଜ’କୁ ଓଡ଼ିଶାବାସୀଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ବିଶ୍ୱସନୀୟ କରି ରଖିଛି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି ଜଣେ ପୁଣ୍ୟାତ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ସମ୍ବାଦପତ୍ର ଓଡ଼ିଶାବାସୀଙ୍କୁ ଦେଶ ସେବା ପାଇଁ ପ୍ରେରଣା ଦେଇଆସିଛି। ପ୍ରାରମ୍ଭିକ ସମୟରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିବା ବେଳେ, ପରବର୍ତ୍ତୀ ସମୟରେ ଦେଶ ଓ ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନ ସହ ସାଂସ୍କୃତିକ ଚେତନା ଦିଗରେ ପ୍ରେରଣା ଦେଇଆସିଛି। ଓଡ଼ିଶା ସହିତ ‘ସମାଜ’ ଏପରି ଭାବେ ଯୋଡିହୋଇ ରହିଛି, ଯେ ସମ୍ବାଦପତ୍ର ସମାଜକୁ ଛାଡି ଓଡ଼ିଶା ବିଷୟରେ ଚିନ୍ତା କରାଯାଇ ପାରିବନାହିଁ। ପଣ୍ଡିତ ଗୋପବନ୍ଧୁ ସାମ୍ବାଦିକତାକୁ କେବଳ ଏକ ବୃତ୍ତି ଭାବରେ ଦେଖି ନଥିଲେ; ସେ ଏହାକୁ ଏକ କର୍ତ୍ତବ୍ୟ ବା ଦାୟିତ୍ୱ ଭାବରେ ଦେଖିଥିଲେ। ‘ସମାଜ’ ମାଧ୍ୟମରେ ସମାଜର ଉନ୍ନତି ପାଇଁ ଏହା ଥିଲା ଏକ ମହାନ ଯଜ୍ଞ । ସମାଜ ମାଧ୍ୟମରେ, ସେ ତାଙ୍କ କଲମକୁ ସଂସ୍କାର, କରୁଣା ଏବଂ ଜାଗରଣର ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ। ‘ସମାଜ’ କେବଳ ଏକ ଖବର କାଗଜ ନୁହେଁ, ଏହା ଗୋଟିଏ ଆନ୍ଦୋଳନ। ଲୋକମାନଙ୍କର କଥା, ବ୍ୟଥା, କାହାଣୀ, ସମସ୍ୟା ଓ ଅଭାବବୋଧକୁ ବ୍ରିଟିଶ ଶାସନଠାରୁ ଆଜି ପର୍ଯ୍ୟନ୍ତ ନିତ୍ୟ ପ୍ରତିଦିନ ଶାସନ କଳ ନିକଟରେ ପହଞ୍ଚାଇ ଆସୁଛି। ସମାଜ ଉଚ୍ଚାରିତ କରିଥିଲା ଜନଗଣରେ ଦେଶପ୍ରେମ ଓ ଜାତିପ୍ରେମର ବହ୍ନିଶିଖା।

 

ମୁଖ୍ୟମନ୍ତ୍ରୀ କହିଥିଲେ, ସମ୍ବାଦ ପରିବେଷଣ ସହିତ ସମାଜ ସେବା ହେଉଛି ‘ସମାଜ’ର ଏକ ଅଭିନ୍ନ ଅଂଶ। ଏହା ଲୋକସେବକ ମଣ୍ଡଳର ତତ୍ତ୍ୱାବଧାନରେ ଚାଲୁଥିବା ହେତୁ ସମାଜସେବା ଏହାର ଧମନୀରେ ପ୍ରବାହିତ। ପ୍ରାକୃତିକ ବିପର୍ଯ୍ୟୟ ସହିତ କୃତ୍ରିମ ବିପର୍ଯ୍ୟୟ ଯେପରିକି ଘରପୋଡି ସମୟରେ ସମାଜ ରିଲିଫ ପାଣ୍ଠି ଲୋକଙ୍କୁ ସହୟତା ଦେଇଥାଏ। ସମାଜର ଜନକଲ୍ୟାଣମୂଳକ ପଦକ୍ଷେପ ଭିତରେ ଗୋପବନ୍ଧୁ ସେବା ସଦନ, ଶିକ୍ଷାଗତ ବୃତ୍ତି, ସ୍ୱାସ୍ଥ୍ୟ ଶିବିର ଓ ରିଲିଫ କାର୍ଯ୍ୟ ଗ୍ରାମାଞ୍ଚଳରେ ପହଞ୍ଚିବା ମାଧ୍ୟମରେ କରାଯାଇଥିବା ନିଃସ୍ୱାର୍ଥପର ସେବା ପାଇଁ ଆମେ ସମସ୍ତେ ଗୌରବ ଅନୁଭବ କରୁଛୁ। ଆଜି ଆମ ଦେଶ ତଥା ସାରା ବିଶ୍ୱ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଏହି ପରିବର୍ତ୍ତନଶୀଳ ବିଶ୍ୱରେ ଗଣମାଧ୍ୟମର ବି ଦାୟିତ୍ୱ ଓ ଭୂମିକା ବି ବଦଳୁଛି। ଏବେ ଗଣମାଧ୍ୟମର ଭୂମିକା କେବଳ ସମ୍ବାଦ ପରିବେଷଣ କରିବା ନୁହେଁ, ଗଣମାଧ୍ୟମ ବର୍ତ୍ତମାନ ସ୍ୱ-ମତ ପୋଷଣକାରୀ, ଅର୍ଥାତ ଖବର ପରିବେଷଣ ସହିତ ନିଜର ମତାମତକୁ ଦୃଢଭାବେ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତା କରିବା ଆବଶ୍ୟକ। ତେଣୁ ଟିଭି ନ୍ୟୁଜ ଅଧିକ କୋଳାହଳମୟ ହେଉଛି। ଖବର କାଗଜରେ ଅଧିକରୁ ଅଧିକ ମତାମତ ସ୍ତମ୍ଭ ମାଧ୍ୟମରେ ଦେଖିବାକୁ ମିଳୁଛି। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଖବର କାଗଜ ଏବଂ ଗଣମାଧ୍ୟମ ସମାଜର ଦର୍ପଣ। ସମାଜରେ ଦେଖା ଯାଉଥିବା ସମସ୍ୟା, ପ୍ରସଙ୍ଗ ସବୁକୁ ନିର୍ଭୀକତାର ସହିତ ତଥ୍ୟ ଭିତ୍ତିରେ ପରିବେଷଣ କରିବା ତାଙ୍କର ଦାୟିତ୍ୱ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଅଧିକ ପ୍ରାସଙ୍ଗିକ କାରଣ ବିଭିନ୍ନ ବିଚାରାଳୟରେ ଗଣମାଧ୍ୟମରେ ପରିବେଷଣ କରାଯାଉଥିବା ଖବରକୁ ପ୍ରମାଣ ଭାବେ ପେଶ୍ କରାଯାଉଛି। ତେଣୁ ଗଣମାଧ୍ୟମ ଅନୁଷ୍ଠାନସ୍ତରରେ ତଥା ଖବରଦାତାମାନେ ବ୍ୟକ୍ତିଗତ ସ୍ତରରେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଅନ୍ୟଥା ଆଜି ରାଜନୈତିକ ଭାବେ ସଂବେଦନଶୀଳ ସମାଜରେ କେତେବେଳେ କାହାର ଭାବାବେଗ ଆହତ ହୋଇଯିବ ଏବଂ କୋର୍ଟକୁ ଦୌଡିବାକୁ ପଡିବ କହିବା ମୁସ୍କିଲ। ସେ କହିଥିଲେ, ମୁଁ ବିଭିନ୍ନ ମଞ୍ଚରେ କହି ଆସିଅଛି ଯେ, ଗଣମାଧ୍ୟମର ପ୍ରଥମ ଭୂମିକା ହେଉଛି ଲୋକଙ୍କ ପ୍ରସଙ୍ଗ ସରକାରଙ୍କ ନଜରକୁ ଆଣିବା। କାରଣ ସାଧାରଣ ଜନତାଙ୍କ ସ୍ୱର ଓ ମତାମତ ବ୍ୟକ୍ତିଗତ ଭାବେ ହୁଏତ ସରକାରଙ୍କ ପାଖରେ ପହଞ୍ଚି ପାରି ନ ଥାଏ, କିନ୍ତୁ ଖବର କାଗଜ, ଟେଲିଭିଜନ ନ୍ୟୁଜ ମାଧ୍ୟମରେ ପହଞ୍ଚିଥାଏ।

ମୁଁ ପଶ୍ଚିମବଙ୍ଗରେ ଘଟିଥିବା ସଦ୍ୟତମ ଘଟଣା ବିଷୟରେ ଉଲ୍ଲେଖ କରିବି। ଯେତେବେଳେ ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି, ମୁଁ କାଳ ବିଳମ୍ବ ନ କରି, ତୁରନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଆମ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲି । ବିଗତ ଦିନ ସରକାରଙ୍କ ଗଣମାଧ୍ୟମ ବିଷୟରେ କ’ଣ ଆଭିମୁଖ୍ୟ ଥିଲା ମୁଁ କହିବାକୁ ଚାହେଁ ନାହିଁ କାରଣ ଆପଣ ସମସ୍ତେ ତାହା ବିଷୟରେ ଅବଗତ ଅଛନ୍ତି । ଆଜିକାଲି ସମାଲୋଚନା ନାଁରେ ଏକ ନୂତନ ଟ୍ରେଣ୍ଡ ଆରମ୍ଭ ହୋଇଛି। ତାହା ହେଲଶ ସରକାରଙ୍କ ବିରୋଧରେ ବ୍ୟକ୍ତିଗତ ‘କୁତ୍ସାରଟନା’ ବା ‘ବିଦ୍ୱେଷମୂଳକ ଅପପ୍ରଚାର’ । ମୁଁ କହିବାକୁ ଚାହେଁ, ‘ସମାଲୋଚନା’ ଓ ‘କୁତ୍ସାରଟନା’ ମଧ୍ୟରେ ଏକ ସୂକ୍ଷ୍ମ ଗାର ଅଛି, ଯାହାକୁ କେହି ଅତିକ୍ରମ କରିବା ଉଚିତ ନୁହେଁ। ଆମ ଦେଶରେ ସଂବାଦପତ୍ର ଏବଂ ଗଣମାଧ୍ୟମକୁ ନିଜ ମତାମତ ନିର୍ଭୀକ ଏବଂ ବିନା ପକ୍ଷପାତରେ ଖବର ପରିବେଷଣ କରିବା ପାଇଁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ଏହାକୁ ସମସ୍ତେ ମନେ ରଖିବା ସହିତ କାର୍ଯ୍ୟରେ ପରିଣତ କରିବା ବିଧେୟ।

ଗଣମାଧ୍ୟମ ଏବଂ ସରକାର, ଉଭୟଙ୍କର ଲକ୍ଷ୍ୟ ହେଉଛି ଗୋଟିଏ, ଜନ କଲ୍ୟାଣ ଏବଂ ସମାଜ କଲ୍ୟାଣ । ଉଭୟ ଅନୁଷ୍ଠାନ ଦେଶ ଏବଂ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କରନ୍ତି। ହୁଏତ, ଉଭୟଙ୍କର କାର୍ଯ୍ୟ ପ୍ରଣାଳୀରେ ପାର୍ଥକ୍ୟ ଥାଇପାରେ, କିନ୍ତୁ ଲକ୍ଷ୍ୟ ଏକ । ଆମ ସରକାର ଗତ ଷୋହଳ ମାସରେ ଅନେକ କିଛି କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଔର୍ ସବ୍‌କା ପ୍ରୟାସ’, ‘ବିକାଶ ଭି, ବିରାସତ ଭି’ ଏବଂ ‘ୟହି ସମୟ ହେ, ସହି ସମୟ ହେ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଆମ ସରକାର ରାଜ୍ୟର କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟରତ। ଓଡ଼ିଶାର ପ୍ରତ୍ୟେକ ବର୍ଗ ଯଥା – ଅନ୍ନଦାତା, ମହିଳା, ଯୁବ, ଗରିବସମସ୍ତଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଆମ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ । କିନ୍ତୁ, ମୁଁ ସରକାରଙ୍କ ରୋଡ଼ମ୍ୟାପ ବିଷୟରେ ଦୁଇ ପଦ କହିବି । ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ଓଡ଼ିଶାରେ ୫୭୫ କିଲୋମିଟର ଏକ ବିସ୍ତୃତ ବେଳାଭୂମି ବି ରହିଛି। କିନ୍ତୁ, ରାଜନୈତିକ ଇଚ୍ଛାଶକ୍ତି ହେଉ କିମ୍ବା ଦୂରଦୃଷ୍ଟିର ଅଭାବ ହେଉ ଆମେ ଓଡ଼ିଶାରେ ଥିବା ଏହି ସମ୍ପଦ ଓ ସମ୍ବଳକୁ ଠିକ୍ ଭାବେ ଉପଯୋଗ କରିପାରି ନ ଥିଲୁ। ୨୦୩୬ ସୁଦ୍ଧା ଓଡ଼ିଶା ସମୃଦ୍ଧ ଓଡ଼ିଶାରେ ପରିଣତ ହେବ । ଆମର ପରିକଳ୍ପିତ ସମୃଦ୍ଧ ଓଡ଼ିଶାରେ କୃଷି ଏବଂ ଶିଳ୍ପକୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବ।

ଗତ ଜାନୁୟାରୀରେ ସଫଳ ଭାବେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା –ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ ଏହି ଭିଜନର ଏକ ପ୍ରମାଣ। ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ। ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାରେ ଗଣମାଧ୍ୟମ ଏକ ଅପରିହାର୍ଯ୍ୟ ଅଂଶୀଦାର ହେବାକୁ ଯାଉଛି। କାରଣ ପ୍ରତି ମୁହୂର୍ତ୍ତରେ ଗଣମାଧ୍ୟମ ସରକାରଙ୍କୁ ଚେତାଇବାରେ ତାର କାର୍ଯ୍ୟ ଜାରି ରଖିବ। ଯାହାଦ୍ୱାରା ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଏପରିକି ମୁଖ୍ୟମନ୍ତ୍ରୀ ବି ବାଦ ପଡ଼ିବେ ନାହିଁ। ମୁଁ ସର୍ବଦା ବିଶ୍ୱାସ କରେ ଯେ, ଯେତେବେଳେ ଗଣମାଧ୍ୟମ ସତ୍ୟ ଉପରେ ଆଲୋକପାତ କରେ, ଏହା ଶାସନକୁ ମଜବୁତ କରେ, ଯେତେବେଳେ ଏହା ନାଗରିକଙ୍କ ଚିନ୍ତାକୁ ବୃଦ୍ଧି କରେ ଏହା ପ୍ରଗତିଶୀଳ ନୀତି ଗଠନ କରେ,  ଯେତେବେଳେ ଏହା ନବସୃଜନ ପାଳନ କରେ ଏହା ଜନମାନସକୁ ପ୍ରେରଣା ଯୋଗାଇ ଥାଏ।

ଆଜିର ଡିଜିଟାଲ ଯୁଗରେ ‘ସମାଜ’ ମଧ୍ୟ ପଛରେ ପଡିନି । ଇଣ୍ଟରନେଟ୍ ପ୍ଲାଟ୍‌-ଫର୍ମରେ ସମାଜ ଇ-ପେପରର ଲକ୍ଷ ଲକ୍ଷ ପାଠକ ରହିଛନ୍ତି । ଏପରିକି ୟୁ-ଟ୍ୟୁବ୍ ଓ ଇଣ୍ଟରନେଟ୍‌ର ‘ସମାଜ ଲାଇଭ୍ ଡଟ୍ ଇନ୍‌’ ପ୍ଲାଟ୍‌ଫର୍ମରେ ଏହା ୨୪ ଘଣ୍ଟିଆ ଖବର ପ୍ରସାରଣ କରୁଛି । ୪ ପୃଷ୍ଠାର ଖବର କାଗଜରୁ ଆରମ୍ଭ ହୋଇଥିବା ‘ସମାଜ’ର ଡିଜିଟାଲ ରୂପ ଏହି ଶତାୟୁ ଅନୁଷ୍ଠାନର ପରିବର୍ତ୍ତନ ଧାରାରେ ନିଜକୁ ସାମିଲ କରି ଅଧିକ ସଶକ୍ତ ଓ ରୁଚିଶୀଳ ହୋଇପାରିଛି। ‘ସମାଜ’ ଖବରକାଗଜ ଓ ଡିଜିଟାଲ ବୃହତ୍ତର ସମାଜ ପ୍ରତି ଅଧିକ ଉତ୍ତରଦାୟୀ ଓ ବିଶ୍ୱସନୀୟ ହୋଇପାରିଛି । ନୈତିକ ଓ ନିରପେକ୍ଷ ସାମ୍ବାଦିକତାକୁ ସାଥିରେ ଧରି ଚାଲିଛି ‘ସମାଜ’। ଲୋକସେବକ ମଣ୍ଡଳ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ସେବା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଏହାର ଅବଦାନ ପ୍ରଶଂସନୀୟ।

ପରିଶେଷରେ, ମୁଖ୍ୟମନ୍ତ୍ରୀ ସମାଜର ସମ୍ପାଦକୀୟ ମଣ୍ଡଳୀ, ପରିଚାଳନାର ବ୍ୟକ୍ତି ବିଶେଷ, ସମସ୍ତ କର୍ମଚାରୀ ଏବଂ ଲକ୍ଷ ଲକ୍ଷ ପାଠକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଉତ୍କଳମଣିଙ୍କ ପ୍ରେରଣା, ମା ସାରଳା, ମା କଟକ ଚଣ୍ଡୀ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏହି ଯାତ୍ରାକୁ ଚିରକାଳ ମାର୍ଗଦର୍ଶନ କରୁଥାନ୍ତୁ କହି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ସାନ ଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

Next

ସମାଜସେବୀ ବୈକୁଣ୍ଠନାଥ ମାର୍ଥାଙ୍କ ପରଲୋକ

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.