Skip to content
-
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର ସଂକ୍ଷିପ୍ତ ଖବର
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More

Welcome to the ultimate source for fresh perspectives! Explore curated content to enlighten, entertain and engage global readers.

  • Facebook
  • X
  • Instagram
  • LinkedIn

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
    by ସଂକ୍ଷିପ୍ତ ଖବର
    July 23, 2026
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
    by ସଂକ୍ଷିପ୍ତ ଖବର
    July 23, 2026
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
    by ସଂକ୍ଷିପ୍ତ ଖବର
    July 22, 2026
  • Home
  • Politics
  • Governance
  • Economy
  • Opinion
  • Media
    • Video
  • Literature
    • Guest Column
    • More
Close

Search

GovernanceMediaMore

ସରକାରୀ ସେବାର ଉପଲବ୍ଧତା ଏବଂ ପ୍ରଭାବୀ ପହଞ୍ଚ ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

By ସଂକ୍ଷିପ୍ତ ଖବର
March 24, 2025 3 Min Read
Comments Off on ସରକାରୀ ସେବାର ଉପଲବ୍ଧତା ଏବଂ ପ୍ରଭାବୀ ପହଞ୍ଚ ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ସିୱାଇଏସଡିର ୪୩ ତମ ପ୍ରତିଷ୍ଠା ଦିବସ

ବିକଶିତ ଓଡ଼ିଶା ପାଇଁ ସରକାର, ସ୍ୱେଚ୍ଛାସେବୀ ସଂଗଠନ ତଥା ନାଗରିକ ସମାଜର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକତା ରହିଛି 

 

ଭୁବନେଶ୍ୱର:୨୪/୦୩- ଏବେ ସ୍ଵିଗୀ, ଜୋମାଟୋ ଭଳି ଅନ୍ ଲାଇନ୍ ଜରିଆରେ କିଏ ଘରେ ବସି ସାମଗ୍ରୀ କିଣି ପାରୁଛନ୍ତି ତ କିଏ ଖାଦ୍ୟ ମଗାଇ ପାରୁଛନ୍ତି। କିନ୍ତୁ ଏଭଳି ଡିଜିଟାଲ ପ୍ରଯୁକ୍ତିକୁ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ବ୍ୟାପକ ବ୍ୟବହାର ହେବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଆଜି ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପମେଣ୍ଚ(ସିୱାଇଏସଡି)”ର ୪୩ ତମ ବାର୍ଷିକ ଦିବସ ସମାବେଶର ପ୍ରାତଃ ଅଧିବେଶନରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏହା କହିଛନ୍ତି।

ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି। ହିତାଧିକାରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ସଚେତନତା ଓ ସୂଚନା ପ୍ରଦାନ କରାଯାଉଛି। ତେବେ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆମେ ବହୁ ଲୋକଙ୍କୁ କମ୍ ସମୟ ମଧ୍ୟରେ ଓ ସହଜରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଅଧିକରୁ ଅଧିକ ଜଣାଇବା ସହ ସତେତନ କରିପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିକଶିତ ଓଡ଼ିଶା ଗଠନରେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ପ୍ରୟାସ ରହିଛି, ସେଥିରେ ସିଓ୍ୱାଇଏସଡି, ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ, ନାଗରିକ ସମାଜ ତଥା ଜନସାଧାରଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ଆହୁଜା ଯୁବ ସମାଜସେବୀମାନଙ୍କ ସହଯୋଗ କାମନା କରି ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ବିନା ଆଶଙ୍କାରେ ସାହସର ସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା, ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଜାଣିବା, ପଲ୍ଲୀ ସଭା, ଗ୍ରାମ ସଭା ଆଦିରେ ଗଣତାନ୍ତ୍ରିକ ନିଷ୍ପତ୍ତି ନିର୍ଣ୍ଣୟ ପ୍ରକ୍ରିୟାରେ ଜନସାଧାରଣ ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ପ୍ରତିଭାଗୀ ହେବାର ଆବଶ୍ୟକତା ଥିବା ନେଇ ଶ୍ରୀ ଆହୁଜା ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆର୍. ଏସ୍. ଗୋପାଳନ୍ ଯୋଗଦେଇ ଲୋକଙ୍କ ପାଖରେ ଅଧିକ ପ୍ରଭାବୀ ଭାବେ ସରକାରୀ ଯୋଜନା ପହଞ୍ଚିବା ଦିଗରେ ସରକାର ପ୍ରୟାସ କରୁଥିବା ସୂଚାଇଥିଲେ। ସିୱାଇଏସଡ଼ିର ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଶ୍ରୀ ଜଗଦାନନ୍ଦ ରାଜ୍ୟରେ ଏହି ସଂଗଠନ ସୁଚନା ଅଧିକାର ଆଇନ ଓ ସାମାଜିକ ସମୀକ୍ଷା କ୍ଷେତ୍ରରେ ବିଳ୍ପବ ଆଣିଛି ବୋଲି ଦର୍ଶାଇଥିଲେ। ସେହିପରି ଆଦିବାସୀଙ୍କ ବିକାଶ, ଯୁବବର୍ଗଙ୍କ ମଧ୍ୟରେ ମତଦାନରେ ଅଂଶଗ୍ରହଣ ନେଇ ସିୱାଇଏସଡ଼ି ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ସହିତ ବୁଦ୍ଧିଜୀବୀ, ଶିକ୍ଷାବିତ୍, ନାଗରିକ ସମାଜ, ଲୋକ ସଙ୍ଗଠନ ଓ କର୍ପୋରେଟ୍ ଜଗତର ପ୍ରତିନିଧିଙ୍କୁ ଏକାଠି କରି “ଓଡ଼ିଶା ବିକାଶ କନକ୍ଲେଭ ମଞ୍ଚ” ସୃଷ୍ଟି କରିଛି ବୋଲି ସେ ଅବଗତ କରାଇଥିଲେ।

ସିୱାଇଏସଡିର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀ ବସନ୍ତ ନାୟକ ସିୱାଇଏସଡ଼ିର ୪୩ ବର୍ଷର ଯାତ୍ରା ସଂପର୍କିତ ପରିସଂଖ୍ୟାନ ଉପସ୍ଥାପନ କରିଥିଲେ। ରାଜ୍ୟର ୧୨ଟି ଜିଲ୍ଲାର ୨୩୫ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସିୱାଇଏସଡ଼ି ୧୩୦୦ଗୋଷ୍ଠୀ ମୂରବୀଙ୍କ ସମେତ ୩୦୦୦ ଲୋକ ସଙ୍ଗଠନର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ସୂଚନା ଦେଇଥିଲେ।
ପ୍ରତିଷ୍ଠା ଦିବସ ସମାବେଶରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ହେମଲତା ତାଣ୍ଡି, କୋରାପୁଟ ବୈପାରିଗୁଡାରୁ ଅଭି ଦଲାରି ଓ ଭଗବତୀ ମାଝୀ, ରାୟଗଡ଼ା ଜିଲ୍ଲାରୁ କୈଳାଶ ସିକ୍କା ଯୋଗଦେଇ ସେମାନେ ସଂପୃକ୍ତ ଗୋଷ୍ଠୀର ଲୋକମାନଙ୍କୁ ବିଭିନ୍ନ ସରକାରୀ ସେବା ପ୍ରଦାନରେ ପୂର୍ବରୁ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ସିୱାଇଏସଡ଼ି ସହିତ ଯୋଡ଼ି ଶିକ୍ଷା ଲାଭ କରି ଏବେ କିପରି ସେମାନଙ୍କର ବିଭିନ୍ନ ଅସୁବିଧାର ସମାଧାନ ହୋଇପାରୁଛି, ସେ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ନେତୃବୃନ୍ଦ ଓ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରାପୁଟ ବୈପାରିଗୁଡାର ମୁଦୁଲିଗୁଡା ଲେବର ସଲିଡାରିଟି ଗ୍ରୁପ୍ ଓ ସବୁଜିମା ପ୍ରଡ୍ୟୁସର କମ୍ପାନୀଙ୍କୁ ଯଥାକ୍ରମେ “ଜିରୋ ମାଇଗ୍ରେସନ୍” ଏବଂ ବାଜରାରେ ମୂଲ୍ୟ ସଂଯୋଜନ(ଭାଲ୍ୟୁ ଆଡିସନ) ମାଧ୍ୟମରେ ମହିଳା ସଶକ୍ତିକରଣ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରାପୁଟ ଦଶମନ୍ତପୁରର ମା’ ପାଟଖଣ୍ଡା ଉତ୍ପାଦକ ଗୋଷ୍ଠୀ ଜୈବିକ ପଦ୍ଧତିରେ ଷ୍ଟ୍ରବେରୀ ଚାଷ ପାଇଁ ସ୍ୱୀକୃତି ପାଇଥିବା ବେଳେ କେନ୍ଦୁଝରର ସାହାରାପଡ଼ା କୃଷକ ଉତ୍ପାଦକ କମ୍ପାନୀ ନର୍ସରୀ ଚାରା ଉତ୍ପାଦନ ଓ ବାଜରା ପ୍ରକ୍ରିୟାକରଣ ପାଇଁ ସ୍ୱୀକୃତି ଲାଭ କରିଛନ୍ତି । ସିୱାଇଏସଡ଼ି ପକ୍ଷରୁ ରମେଶ ସ୍ୱାଇଁ ବ୍ଲକ ସ୍ତରୀୟ ଯୋଜନା ସହିତ ପଞ୍ଚାୟତ ଯୋଜନା ମଧ୍ୟରେ ସମନ୍ୱୟ ରହିବା, ପଞ୍ଚାୟତ ଓ ଆଦିବାସୀ ବିକାଶ ବିଭାଗ ସହିତ ସମନ୍ୱୟର ଆବଶ୍ୟକ ଥିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ। କମନ୍ ସର୍ଭିସ୍ ସେଣ୍ଟର୍ ଗୁଡିକରେ ନେଟୱର୍କ ସମସ୍ୟାର ସମାଧାନ ସହିତ ଆସୁଥିବା ହିତାଧିକାରୀଙ୍କ ସମସ୍ୟାଗୁଡ଼ିକର ସଂପୃକ୍ତ କେନ୍ଦ୍ରରେ ତତ୍କାଳ ସମାଧାନ ପାଇଁ ସେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା “ଓଡିଶା ବିକାଶ କନକ୍ଲେଭ” ରିପୋର୍ଟ ଲୋକାର୍ପିତ ହୋଇଥିଲା । ସିୱାଇଏସଡ଼ିର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଓ ଗ୍ରାମ ବିକାଶର ପ୍ରତିଷ୍ଠାତା ଜୋ ମାଡିଏଥ୍ ଉପସ୍ଥିତ ରହି ଏପରି ସାମାଜିକ କାର୍ଯ୍ୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରି ସ୍ୱେଚ୍ଛାସେବୀ ଓ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ।

Author

ସଂକ୍ଷିପ୍ତ ଖବର

Follow Me
Other Articles
Previous

ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସରଗ୍ରହଣ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରାଯିବ

Next

ଓଡ଼ିଶାରେ ରାଷ୍ଟ୍ରପତି

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
  • ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ
  • ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା
  • ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର
  • ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

Recent Comments

No comments to show.

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
Hey, I'm Alex. I'm a full-time blogger.
  • X
  • Instagram
  • Facebook
  • YouTube
Work Experience

Blogsy Media

Full-Time Blogger

2022-present

Bright Pen

Content Writer

2019-2021

Blog Nest Weekly

Guest Blogger

2017-2019

Available for Hire
Get In Touch

Recent Posts

  • ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ‘ପ୍ରଭାଦୀପ୍ତ’ ସମ୍ମାନ
    by ସଂକ୍ଷିପ୍ତ ଖବର
    July 31, 2026
  • ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
    by ସଂକ୍ଷିପ୍ତ ଖବର
    October 17, 2024
  • ଜଗନାଥଃ ସ୍ଵାମୀ ନୟନପଥଗାମୀ ଭବତୁ ମେ
    by ସଂକ୍ଷିପ୍ତ ଖବର
    October 17, 2024
  • Labour stand. ନିଳାଦ୍ରୀ ବିହାର
    by ସଂକ୍ଷିପ୍ତ ଖବର
    October 18, 2024

Search...

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.

  • Facebook
  • X
  • Instagram
  • LinkedIn

Latest Posts

  • ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
    -ରାଜ୍ୟର ସବୁ ତହସିଲରେ ଖୋଲିଲା ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ -ଆମ ସାଥୀ ହ୍ୱାଟ୍ସଆପ ଚାଟବଟ… Read more: ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ରୁ ମିଳିବ ଆଉ ୧୧ଟି ରାଜସ୍ୱ ସେବା
  • ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
    ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ… Read more: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା
  • ହ୍ୟୁମାନ ସାଗରଙ୍କ ପରଲୋକ
    ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର… Read more: ହ୍ୟୁମାନ ସାଗରଙ୍କ ପରଲୋକ

Contact

Phone

(+91)9437186052

Email

hi@sankhiptakhabar.com

support@sankhiptakhabar.com

Location

Bhubaneswar, Odisha

Copyright 2026 — ସଂକ୍ଷିପ୍ତ ଖବର. All rights reserved.