ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘଟଣା ଜଣାପଡ଼ିବା ପରେ ବାଘକୁ ଖୋଜା ଚାଲିଛି। ଏ ପର୍ଯ୍ୟନ୍ତ ବାଘର ପତ୍ତା ମିଲିନାହିଁ।ବିମାନବନ୍ଦର ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ବିମାନବନ୍ଦର ପାଚେରୀ କଡ଼ରେ ଯାଉଥିବାର ଦେଖିଥିଲେ।
ପାଚେରୀକୁ ଲାଗି ଆଉଜଣେ ମହିଳା ଛିଡା ହୋଇଥିବା ଦେଖି ସେ ବାଘ ବାଘ ପାଟିକରି ତାଙ୍କୁ ପଳେଇ ଯିବାକୁ କହିଥିଲେ। ପାଚେରି କଡ଼ରେ ଛିଡା ହୋଇଥିବା ମହିଳାଜଣକ ବାଘକୁ ଦେଖି ଦୌଡିଥିଲେ। ସେମାନେ ଏକ କଲପତରିଆ ବାଘ ଦେଖିଥିବା କହିଛନ୍ତି।
ଖବରଟି ଜଣାପଡିବା ପରେ ବନ ବିଭାଗ ଏବଂ ବିମାନବନ୍ଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନବନ୍ଦର ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ।